Latest Odisha News

୭ମ ବାର୍ଷିକ ଶାମ୍ଭବୀ ପୁରସ୍କାର ସମାରୋହ ୨୦୨୦: ସମାଜ ପରିବର୍ତ୍ତନର ନାୟକମାନେ ହେଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ) ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ କ୍ରାଉନ ହୋଟେଲରେ ୭ମ ଶାମ୍ଭବୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ପୁରସ୍କାର ସମାରୋହରେ ସମାଜ ପରିପରିବର୍ତ୍ତନରେ ଯେଉଁମାନେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ କରିଛନ୍ତି ସେମାନେ ଫାଉଣ୍ଡେସନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

ଏହି ସମାରୋହରେ ହୀରାଧର ସାହୁଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୨୦’ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଅମିତାଭ ବେହେରା , ଚିଫ ଏକଜିକ୍ୟୁଟିଭ୍ ଅଫିସର, ଅକ୍ସଫାମ ଇଣ୍ଡିଆ ଏବଂ ସମ୍ମାନିତ ଅତିଥି ପ୍ରଫେସର ବି ଏନ ଥୋରଟ, ଡାଇରେକ୍ଟର ଓ ପ୍ରଫେସର, କେମିକାଲ ଇଞ୍ଜିନିୟରିଂ, ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି, ଭୁବନେଶ୍ୱର ।

ଦେଓଗଡ଼ ଜିଲ୍ଲାରେ ଜିଲ୍ଲା ଜଙ୍ଗଲ ମଞ୍ଚ ମାଧ୍ୟମରେ ବନ୍ୟ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଅଗ୍ରଣୀ ପ୍ରଚେଷ୍ଟା ନିମିତ୍ତ ଶ୍ରୀ ସାହୁଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଥିଲା । ତାଙ୍କର ଏହି ଆନ୍ଦୋଳନରେ ୯୦୦ ଗ୍ରାମର ଅଧିବାସୀ ମାନଙ୍କୁ ସାମିଲ୍ କରିଛନ୍ତି ଯେଉଁମାନେ ତାଙ୍କ ସହିତ ମିଶି ବନ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କ ଉଦ୍ୟମର ଫଳ ସ୍ୱରୂପ ୧୫.୯୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଦେଓଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମର ଜଙ୍ଗଲ ସମ୍ପୃକ୍ତ ଗ୍ରାମବାସୀ ମାନଙ୍କ ଦ୍ୱାରା ସଫଳତାର ସହିତ ସୁରକ୍ଷା ପ୍ରାପ୍ତ ଏବଂ ସଂରକ୍ଷିତ । ଏହା ସହିତ ତାଙ୍କ ଉଦ୍ୟମ ଦ୍ୱାରା ଜଙ୍ଗଲ ଅଧିକାର ଆଇନ ଅଧିନରେ ୬,୦୦୦ ଆଦିବାସୀ ପରିବାର ଜମି ପାଇ ପାରିଛନ୍ତି ।

ସେହିପରି କଟକ ଜିଲ୍ଲା ଗ୍ରାମୀଣ ଅଞ୍ଚଳର ଅବହେଳିତ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରିବାରେ ନିଜର ଉତ୍ସର୍ଗ, ନିଷ୍ଠା ଓ ନିସ୍ୱାର୍ଥପର ସେବା ପାଇଁ ଅନୀଲ୍ ପ୍ରଧାନଙ୍କୁ ଚଳିତ ବର୍ଷର ଜୁରୀ କମେଣ୍ଡେସନ୍ ସାର୍ଟିଫିକେଟ ୨୦୨୦ ଦ୍ୱାର ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହେରା ନିଜର ମତାମତରେ କହିଲେ “କର୍ମ ବର୍ଦ୍ଧିଷ୍ଣୁ ଅସମାନତାର ଏହି ସମୟରେ ଏହା ସ୍ମରଣ ରଖିବା କଷ୍ଟକର ଯେ, ବାସ୍ତବ ପରିବର୍ତ୍ତନ ସର୍ବଦା ନିମ୍ନ ସ୍ତରରୁ ହିଁ ହୋଇଥାଏ ।”

ଏହି ଅବସରରେ ବିଆଇପିଏଫର ସିଇଓ ଶୈଫାଳିକା ପଣ୍ଡା କହିଲେ, “ଏକ ପରମ୍ପରାକୁ ବିକାଶ କରିବାରେ ଅନେକ ବର୍ଷର ସମର୍ପଣ ଲାଗିଥାଏ । ବିଆଇପିଏଫରେ ଆମେ ବିଶ୍ୱାସ କରୁ ଯେ, ସମାଜ ପ୍ରବର୍ତ୍ତକମାନଙ୍କୁ ଆଗକୁ ବଢିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଆମର ଏହା ଏକ ପରମ୍ପରା । ”

ସାମାଜିକ ପରିବର୍ତ୍ତନର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଏବଂ ଅନ୍ୟମାନଙ୍କୁ ସେମାନଙ୍କ ପଦାଙ୍କ ଅନୁସରଣ କରିବାରେ ପ୍ରେରିତ କରୁଥିବା ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୪ ମସିହାରେ ବିଆଇପିଏଫ ଦ୍ୱାରା ଶାମ୍ଭବୀ ପୁରସ୍କାରର ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ ଉପାୟନ ସହ ୨,୫୦, ୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ସେହିଭଳି ଶାମ୍ଭବୀ ଜୁରୀ କମେଣ୍ଡେସନ୍ ସାର୍ଥିଫିକେସନ ଆକାରରେ ଉପାୟନ ସହ ୫୦, ୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ ।

Comments are closed.