Latest Odisha News

ପ୍ରଖ୍ୟାତ କୋଚ୍ କିଶୋର ମାଣିଆ ଓସିଏ କ୍ରିକେଟ ପରାମର୍ଶଦାତା ଭାବେ ଚୟନ ହେଲେ

କଟକ: ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କ୍ରିିକେଟ ପ୍ରଶିକ୍ଷକ କିଶୋର ମାଣିଆ ଓସିଏ ପକ୍ଷରୁ ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଶ୍ରୀ ମାଣିଆଙ୍କ ସମେତ ପରାମର୍ଶ ସମିତିରେ ଅସଜିତ୍ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ମଧ୍ୟ ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି ।

ବିଶିଷ୍ଟ କ୍ରିକେଟ କୋଚ୍ କିଶୋର ମାଣିଆ ଓଡ଼ିଶାର ଅଗ୍ରଣୀ କ୍ରିକେଟ କ୍ଲବ ପ୍ରଗତି ସ୍ପୋର୍ଟିଂର ପ୍ରଶିକ୍ଷକ ଭାବେ ଅନେକ ଆନ୍ତର୍ଜାତିକ କ୍ରିକେଟରଙ୍କୁ କୋଚିଂ ଦେଇଛନ୍ତି । ଶ୍ରୀ ମାଣିଆଙ୍କଠୁଁ କ୍ରିକେଟ ପ୍ରଶିକ୍ଷଣ ପାଇଥିବା ଯେଉଁ କେତେଜଣ କ୍ରିକେଟର ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିପାରିଛନ୍ତି ସେମାନଙ୍କ ମଧ୍ୟରେ ଶିବସୁନ୍ଦର ଦାସ, ରଂଜୀବ ବିଶ୍ୱାଳ ଅନ୍ୟତମ । ଶ୍ରୀତମ ଦାସ ମଧ୍ୟ ଶ୍ରୀ ମାଣିଆଙ୍କଠୁ ପ୍ରଶିକ୍ଷଣ ପାଇଛନ୍ତି ।

ଓଡ଼ିଶା କ୍ରିକେଟ ସଂଘ (ଓସିଏ) ପକ୍ଷରୁ ଘୋଷିତ ହୋଇଥିବା ପରାମର୍ଶଦାତା ସମିତିରେ ଏହି ତିନିଜଣ ସ୍ଥାନ ପାଇଥିବା ବେଳେ ସଭାପତି ପଙ୍କଜ ଲୋଚନ ମହାନ୍ତି ଅଧ୍ୟକ୍ଷ ଓ ସମ୍ପାଦକ ସଞ୍ଜୟ ବେହେରା ଆବାହକ ଦାୟିତ୍ୱରେ ରହିବେ ।

ପୂର୍ବତନ ରଣଜୀ କ୍ରିକେଟର ସୁବ୍ରତ ବେହେରା ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି କ୍ରିକେଟ ପରାମର୍ଶଦାତା ସମିତି ବ୍ୟତୀତ ଅନ୍ୟ ସମିତି ଗୁଡ଼ିକର ଓସିଏ ପକ୍ଷରୁ ଘୋଷିତ ହୋଇଛି ।

ଫାଇନାନ୍ସ କମିଟିରେ ପ୍ରଭାତ ଭୋଇ (ସଦସ୍ୟ, ସୁନ୍ଦରଗଡ଼), ଉପେନ୍ଦ୍ର କୁମାର ଦାସ (ସଦସ୍ୟ, ଏସବିଆଇ), ସରୋଜ ସାହୁ (ସଦସ୍ୟ, ନୂଆପଡ଼ା), ଯୁଗଳ କିଶୋର ସାମଲ, (ସଦସ୍ୟ, ବୌଦ୍ଧ), ଡଃ ଏସ ଆର ପରିଜା, ସଦସ୍ୟ, ଭୁବନେଶ୍ୱର

ଟୁର୍ଣ୍ଣାମେଣ୍ଟ କମିଟିରେ ଧିରେନ ପଲାଇ, (ସଦସ୍ୟ, ଭଦ୍ରକ), ନୃସିଂହ ଚୌଧୁରୀ, (କିଶୋର କ୍ଲବ, ସଦସ୍ୟ), ପ୍ରଦୀପ ସେଠୀ, (ସୋନପୁର, ସଦସ୍ୟ), ହରି ନାରାୟଣ ପୂଜାରୀ, (ସଦସ୍ୟ, ବଲାଙ୍ଗୀର), ଅମିତ ବେହେରା, (ଜୟଦୁର୍ଗା, ସଦସ୍ୟ)

ଶୃଙ୍ଖଳାଗତ କମିଟିରେ ଦେବାଶିଷ ପାଢୀ, ଦେବାଶିଷ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ ମିଶ୍ର, ହୃଦାନନ୍ଦ ସାହୁ ଚୟନ ହୋଇଚନ୍ତି ।

ଖେଳସୂଚୀ ଓ ବୈଷୟିକ କମିଟିରେ ସୁଶାନ୍ତ ମହାନ୍ତି, ନିର୍ବାଣ ରାୟ, ଇସିବୁ ମଲ୍ଲିକ, ଗୌତମ ଗଜପତି, ସୁବୋଧ କୁମାର ସାହୁ ଚୟନ ହୋଇଛନ୍ତି ।

ସେହିପରି ଭାବେ ସମ୍ବିଧାନ ଓ ସ୍ୱୀକୃତି କମିଟିରେ ସଞ୍ଜିବ କୁମାର ମହାନ୍ତି, ନିରଞ୍ଜନ ବକ୍ସିପାତ୍ର, ଅନୁପ ପାତ୍ର, ଶିବ ଶଙ୍କର ଦେହୁରୀ, ତାରିଣୀ ଚରଣ ସାମନ୍ତରାୟ ଚୟନ ହୋଇଛନ୍ତି ।

ଆରବିଟ୍ରେସନ ସମିତି ଲାଗି ବଙ୍କିମ ଦାସ, ସଂଗ୍ରାମ କୁମାର ଗୁମାନସିଂହ, ସୂର୍ଯ୍ୟ ଆଚାର୍ଯ୍ୟ, ସତ୍ୟକାମ ସ୍ୱାଇଁ ଏବଂ ପ୍ରଭୁ ପ୍ରସନ୍ନ ବେହେରା ଚୟନ ହୋଇଛନ୍ତି ।

 

Leave A Reply

Your email address will not be published.