Latest Odisha News

ନୂଆ ରୂପରେ ସଜେଇ ହେବ ବାରବାଟୀ ପଡିଆ, ଷ୍ଟାଡିୟମ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ଆରମ୍ଭ ହୋଇଛି । ବାରବାଟୀର ପୁରୁଣା ପଡିଆ ବଦଳରେ ତିଆରି ହେବ ନୂତନ ଆଉଟଫିଲ୍ଡ । ବିସିସିଆଇ ଓ ଓସିଏ ଭିଜନ ୨୦୨୪ ଅଧୀନରେ ଏହି ପରିବର୍ତନ କରାଯାଉଛି । ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପାଇଁ ୩ମାସ ସମୟ ଏବଂ ୨କୋଟି ବ୍ୟୟ ଅଟକଳ ରଖାଯାଇଛି । ପିଚରେ ବିଶେଷ ପରିବର୍ତନ କରା ନ ଗଲେ ମଧ୍ୟ ମାଟି ପରିବର୍ତେ ବାଲିର ବ୍ୟବହାର କରାଯିବ ।

ବର୍ଷା ଯୋଗୁ ପଡିଆ ସର୍ବଦା ଓଦା ଓ ଖସଡା ରହୁଥିଲା । ଆଗକୁ ବର୍ଷା ପରେ ପରେ ସଙ୍ଗେ ସଙ୍ଗେ ପାଣି ତଳକୁ ଟାଣି ହୋଇଯିବ । ଆଉଟଫିଲ୍ଡ ନରମ କରାଯିବା ଫଳରେ ଖେଳାଳିମାନେ ଫିଲ୍ଡିଂ ବେଳେ ଆଘାତ ସମସ୍ୟାରୁ ମୁକୁଳିବେ । ସମସ୍ତ ଖେଳକୁ ଆଖି ଆଗରେ ରଖାଯାଇ ପଡିଆରେ ବାଲି ବିଛାଯାଉଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

Leave A Reply

Your email address will not be published.