Latest Odisha News

BREAKING NEWS

କୁଳଡିହା ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କଂଗ୍ରେସର ସ୍ବତନ୍ତ୍ର ଦଳ 

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ଲାଗିଛି ନିଆଁ । ଜଙ୍ଗଲ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ନିଆଁ ଲାଗିଥିବା ସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ସ୍ବତନ୍ତ୍ର ଦଳ କୁଳଡିହା ଜଙ୍ଗଲରେ ପହଞ୍ଚିଥିଲେ ।

ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ବାଲେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଞ୍ଜନ ପଣ୍ଡାଙ୍କ ସମେତ ସ୍ଥାନୀୟ କିଛି କଂଗ୍ରେସ କର୍ମୀ ପହଞ୍ଚିଛନ୍ତି । ପ୍ରଥମେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ନିଆଁ ବିଷୟରେ ଅନୁଧ୍ୟାନ କରିଛନ୍ତି । ନିଆଁ ଲାଗିବା ଯୋଗୁଁ ପରିବେଶ ପ୍ରଦୂଷଣ ସହ ବିଭିନ୍ନ ଜୀବଜନ୍ତୁ ପ୍ରଭାବିତ ହୋଇଥିବା କଥା କଂଗ୍ରେସର ଅନୁଧ୍ୟାନ ଦଳ ପକ୍ଷରୁ କୁହାଯାଇଛି । 

ବନବିଭାଗର ଅଧିକାରୀ ନିଆଁ ଲିଭାଇବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ନିଜର ଚାକିରି ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ପ୍ରଶ୍ନ କରିଛନ୍ତି ।

ତିନିକୋଶିଆରେ ନିଆଁ ଲିଭିଥିବା ବେଳେ କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବା ଦେଖାଯାଇଛି । ଗରଡ଼ିହି,ତେଲିପାଳ, ତେଣ୍ଡା ଓ ନଣ୍ଡାରୀ ପାହାଡ଼ରେ ନିଆଁ ଜଳୁଛି ।  ଜଙ୍ଗଲରେ ନିଆଁ ଲାଗି ଅନେକ ମୂଲ୍ୟବାନ ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଥିବା ବେଳେ ଜଙ୍ଗଲୀ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.