Latest Odisha News

BREAKING NEWS

[ଭିଡିଓ] ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିୟା ଭଟ୍ଟ । ଦୁହେଁ ଦୁହିଁଙ୍କ ପ୍ରେମରେ ମସଗୁଲ ଥିଲାବେଳେ ଆସନ୍ତାବର୍ଷ ବିବାହ କରିବାକୁ ଯାଉଛନ୍ତି । ଅନେକ ସମୟରେ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ତେବେ ନିକଟରେ ଏହି ପ୍ରେମୀ ଯୁଗଳଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ଭିଡିଓରେ ଆଲିୟାଙ୍କୁ ରଣବୀର ଚିଡାଇବାରେ ନଜର ଆସିଛନ୍ତି । ଆଲିୟାଙ୍କ ଲେହେଙ୍ଗାକୁ ରଣବୀର ଗୋଡରେ ଚାପି ଧରିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲେଖିଛନ୍ତି ଆଲିୟାଙ୍କ ଡ୍ରେସକୁ ସଜାଡିବାକୁ ଯାଇ ରଣବୀର ଏପରି କରିଥିଲେ । ଅନ୍ୟ କିଛି ଏହାକୁ ଅଗ୍ରହଣୀୟ ବୋଲି ବିବେଚନା କରିବାକୁ ପଛାଇନାହାଁନ୍ତି ।

ଭାଇରାଲ୍ ହୋଇଥିବା ଏହି ଭିଡିଓଟି ଅୟାନ ମୁଖାର୍ଜୀଙ୍କ ଦ୍ୱାରା ଆୟୋଜିତ ଦୁର୍ଗା ପୂଜା ଉତ୍ସବରେ ଉତ୍ତୋଳନ କରାଯାଇଥିଲା । ଯେଉଁଥିରେ ଉଭୟ ରଣବୀର ଓ ଆଲିୟା ଟ୍ରାଡିସ୍ନାଲ ଅନ୍ଦାଜରେ ନଜର ଆସିଥିଲେ । ସୋନମ କପୁରଙ୍କ ବିବାହ ପରଠୁ ଦୁହେଁ ପ୍ରାୟ ୨ ବର୍ଷ ଧରି ପ୍ରେମ ସଂପର୍କରେ ଲିପ୍ତ ରହିଛନ୍ତି । ପର୍ସନାଲ ଲାଇଫକୁ ଛାଡି ପ୍ରଫେସ୍ନାଲ ଲାଇଫରେ ଦୁହେଁ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଅଭିନୟ କରିଛନ୍ତି । ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ମୌନି ରୟ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.