ନୂଆଦିଲ୍ଲୀ: ପ୍ରକୃତ ବନ୍ଧୁ ଅର୍ଥ କେବଳ ସୁଖରେ ନୁହେଁ ବରଂ ଦୁଃଖ ସମୟରେ ବି ସାଥୀରେ ରହିଥାଏ। ସେହିଭଳି ଏକ ପ୍ରକୃତ ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନର ଜଣେ ବ୍ୟକ୍ତି କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଦେଇଛନ୍ତି।
ତେବେ ଘଟଣାକ୍ରମ ହେଉଛି ନେଫ୍ଟେଲ ହେଉଛନ୍ତି ଜଣେ ବାର୍ବର୍। ସେ କର୍କଟ ଆକ୍ରାନ୍ତ। କର୍କଟ ରୋଗ ଚିକିତ୍ସା ସମୟରେ କେମୋଥେରାପିର ବଳରେ କେଶ ଝଡିବା ହେଉଛି ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ସେ କେଶ କାଟିବାକୁ ତାଙ୍କ ସାଙ୍ଗଙ୍କୁ କହିଥିଲେ। ତାଙ୍କ ବନ୍ଧୁ ମଧ୍ୟ ବୃତ୍ତିରେ ଜଣେ ବାର୍ବର୍।
ଏହାପରେ ଜୋଏଲ୍ ନେଫ୍ଟେଲଙ୍କ କେଶ କାଟିଥିଲେ କିନ୍ତୁ ଏପରି କରିବାବେଳେ ସେ ନିଜର କେଶ ମଧ୍ୟ କାଟିଦେଇଥିଲେ। ନେଫ୍ଟେଲ, ଜୋଏଲଙ୍କୁ ଦେଖିବା ପରେ ବେଶ୍ ଭାବବିହ୍ବଳ ହୋଇପଡିଥିଲେ।
ଏହାପରେ ଜୋଏଲ୍ ନେଫ୍ଟେଲଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ବନ୍ଧୁଙ୍କ ସମର୍ଥନରେ ସେ ଏପରି କରିଥିବା କହିଥିଲେ। ଏହି ପୁରା ଘଟଣା କ୍ୟାମେରାରେ ରେକର୍ଡ କରାଯାଇଥିଲା ଏବଂ ନେଫ୍ଟେଲ ତାଙ୍କ ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ କରିଥିଲେ।
ଏହାସହ ସେ ଉଲ୍ଲେଖ କରିଛନ୍ତି ଯେ “ ସେ କେବଳ ମୋର ସହକର୍ମୀ ନୁହଁନ୍ତି, ବରଂ ଭାଇ ମଧ୍ୟ। ମୁଁ ତୁମକୁ ଭଲ ପାଏ ଭାଇ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଦେଖିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ।
Comments are closed.