Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ

ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ବନ୍ଦ ହେବ ପିପିଲି ଉପନିର୍ବାଚନ । ସାନି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ । ତେବେ ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଏନେଇ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ଉପ ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକିଥିଲା । କିନ୍ତୁ ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଘୁଞ୍ଚିବ ଉପନିର୍ବାଚନ ତାରିଖ । ନୂଆ ତାରିଖ ଘୋଷଣା ହେବା ପରେ କେବଳ କଂଗ୍ରେସ ପୁଣି ଥରେ ପ୍ରାର୍ଥୀ‌ ଦେବ । ସେହିପରି ବଳବତ୍ତର ରହିବ ବିଜେଡି ଓ ବିଜେପି ସମେତ ଅନ୍ୟ ନେତାଙ୍କ ପ୍ରାର୍ଥିତ୍ବ ।

ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇଥିଲେ ଅଜିତ ମଙ୍ଗରାଜ । ଚିକିତ୍ସା ପରେ ସେ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିଲେ । ଏହାପରେ ଅଜିତ ମଙ୍ଗରାଜଙ୍କୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଅଜିତ ଜଣେ ଲୋକପ୍ରିୟ ନେତା ସାଙ୍ଗକୁ ଜଣଷ ସାମାଜିକ କର୍ମୀ ଭାବେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.