Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମୁଣ୍ଡ ଟେକୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୬୧୦ ଜଣ ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ନୂଆପଡ଼ାରୁ ସର୍ବାଧିକ ୧୨୦ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୦୨ ଜଣ, ସୁନ୍ଦରଗଡ଼ରୁ ୮୦, ବରଗଡ଼ରୁ ୪୩, ଝାରସୁଗୁଡ଼ାରୁ ୨୯, କଟକରୁ ୨୮, କେନ୍ଦୁଝରରୁ ୨୫, କଳାହାଣ୍ଡିରୁ ୨୪ ଓ ସମ୍ବଲପୁରରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୧୮ ଜଣ, ପୁରୀରୁ ୧୫, ଯାଜପୁରରୁ ୧୪, ବଲାଙ୍ଗିରରୁ ୧୨, ବାଲେଶ୍ବରରୁ ୧୧, ମୟୂରଭଞ୍ଜରୁ ୯ଜଣ, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୁଳ ଓ କୋରାପୁଟରୁ ୫ ଜଣ ଲେଖାଏଁ, ଭଦ୍ରକରୁ ୩ ଜଣ, ଗଜପତି ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୧ ହଜାର ୭୩୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.