Latest Odisha News

BREAKING NEWS

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ କରିଥିବା ବେଳେ ଆନୁମାନିକ ମୂଲ୍ୟ ୧୧ ଲକ୍ଷରୁ ଅଧିକ ଟଙ୍କା ହେବ ।

ଗିରଫ ଅଭିଯୁକ୍ତମାନେ ସମ୍ବଲପୁରରୁ ବରଗଡ଼ ଜିଲ୍ଲାକୁ ବିକ୍ରି ପାଇଁ ବ୍ରାଉନସୁଗାର ଚୋରା ଚାଲାଣ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ବ୍ରାଉନସୁଗାର ସହ ୨ଟି ମୋବାଇଲ୍, ବାଇକ୍ ସହ ନଗଦ ୧୧୫୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ସହରର ଅମଯାଦ ଖାନ, ଅଜୟ ପଟେଲ, ମହମ୍ମଦ ଅଳତାବ ।

Leave A Reply

Your email address will not be published.