Latest Odisha News

ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ ,୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ।

ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି  । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା ରିପେର୍ଟ ଅନୁସାରେ  ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି  ।

ବନ୍ୟା ପ୍ରଭାବରେ ରାଜ୍ୟର ୨୪ ଜିଲ୍ଲା ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୧୦ ଜିଲ୍ଲାରେ ଚାଷୀ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷ ଜମିରେ ବନ୍ୟାପାଣି ମାଡ଼ି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ରାଜ୍ୟର ୩ ଜିଲ୍ଲା ଅର୍ଥାତ୍‌ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚାଷୀମାନଙ୍କ ସମସ୍ତ ପରିଶ୍ରମ ଧୋଇନେଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି  ବନ୍ୟାପାଣି । କେବଳ ଜଗତସିଂହପୁର ଜିଲ୍ଲାରେ ୨୪୨୦ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ଅନ୍ୟ ୨୩ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ବନ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ କୃଷି ମନ୍ତ୍ରୀ  ।

Leave A Reply

Your email address will not be published.