Latest Odisha News

BREAKING NEWS

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ ବଜରଙ୍ଗୀ ଦଳ କର୍ମୀମାନେ ।

ତା ସଙ୍ଗେ  ପାକିସ୍ତାନ ବିରୋଧୀ ନାରା ଦେଇଥିଲେ ବଜରଙ୍ଗୀ ଦଳ। ଏହି ପ୍ରଦର୍ଶନୀ ମାଧ୍ୟମରେ ସେମାନେ ସରକାରୀଙ୍କୁ ଜଣାଇଥିଲେ ଯେ ଆଗାମୀ ଦିନରେ ଏହି ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଉ। ଏପରି ଆମାନୁସିକ କାର୍ଯ୍ୟ ବଜରଙ୍ଗୀ ଦଳ ସହିବ ନାହିଁ ।ଏହାର ଉଚିତ ଜବାବ ଦିଆଯିବ।

କାଶ୍ମୀର ଘଟଣାରେ ପିଡିତ ପରିବାରକୁ ସମବେଦନା ଜଣାଇବା ସହ ବଜରଙ୍ଗୀ ଦଳ ସର୍ବଦା ଆପଣଙ୍କ ସାଥୀରେ ଅଛି ବୋଲି କହିଥିଲେ।ବିଶ୍ୱ ହିନ୍ଦୁ ପରିଷଦର ନଗର ସମ୍ପାଦକ ପରମାନ୍ଦ ମିଶ୍ର,ବଜରଙ୍ଗୀ ଦଳ ପଶ୍ଚିମ ଓଡ଼ିଶା ସଂଯୋଜକ କିସୋର ବିଭାର ,ଜିଲ୍ଲା ସଂଯୋଜକ ପିଣ୍ଟୁ ବନଛୋର,ଜିଲ୍ଲା ସହ ସଂଯୋଜକ ସଞ୍ଜୀବ ମେହେର ପ୍ରମୁଖ ଉପସ୍ଥିତ ଥିବା ବେଳେ ଦଳର ବହୁ କର୍ମକତ୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Comments are closed.