Latest Odisha News

BREAKING NEWS

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ;ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ବରଗଡ଼: ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ । ବରଗଡ଼ କଚେରୀ ନିକଟରେ ଓକିଲ ସଂଘ ସଭପତି ଭୀଷ୍ମଦେବ ସରାଫଙ୍କୁ ଆକ୍ରମଣ ହୋଇଛି। ଏଥିରେ ସେ ଗୁରୁତର ହୋଇଛନ୍ତି। ତିନିଜଣ ମଦ୍ୟପ ବାଇକ୍‌ରେ ଆସୁଥିବା ବେଳେ କଚେରୀ ପାଖରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ସେହି ସମୟରେ ସଭପତି ସରଫା ସହାୟତା କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଉଠାଇବାକୁ ଯାଇଥିଲେ।

କିନ୍ତୁ ମଦ୍ୟପମାନେ ଓଲଟି ଓକିଲ ସଂଘ ସଭାପତିଙ୍କୁ ଗାଳିଗୁଲଜ କରିବା ସହ ମଦ ବୋତଲରେ ଆକ୍ରମଣ କରିଥିଲେ । ମଦ୍ୟପଙ୍କ ଆକ୍ରମଣରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଭୀଷ୍ମଦେବ ସରାଫଙ୍କୁ ପ୍ରଥମେ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିଲା ।

ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ଏପଟେ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Comments are closed.