Latest Odisha News

BREAKING NEWS

କ୍ୟାନସର ରୋଗୀଙ୍କ ପାଇଁ ନିଜର ଘନ କେଶ ଦାନ କରି ସଭିଙ୍କ ପାଇଁ ଆଦର୍ଶ ସାଜିଲେ ଶୃତି ସ୍ୱପ୍ନା

ବାରିପଦା: କେଶ ହେଉଛି ନାରୀର ଗହଣା ଏବଂ ସୌନ୍ଦର୍ଯ୍ୟର ପ୍ରତିକ । ବିଶେଷକରି ନାରୀ ମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାପାଇଁ କେଶର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଝିଅ ବହୁ ମାନେ ନିଜର କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବାପାଇଁ ଖୁବ୍ ଜତ୍ନ ନେଇଥାନ୍ତି । ମାତ୍ର ବାରିପଦା ସହରର ଜଣେ କଲେଜ୍ ପଢ଼ୁଆ ଯୁବତୀ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର କେଶ ଦାନକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଏହି ଯୁବତୀଙ୍କ ନାଁ ହେଉଛି ଶୃତି ସ୍ୱପ୍ନା। ଘର ବାରିପଦା ସହରର ତୁଳସୀଚୌରା ଅଂଚଳରେ । ଶୃତି ଏବେ ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳାର ତୃତୀୟ ବର୍ଷର ଛାତ୍ରୀ । ଶୃତି ଏନ୍‌ଏସ୍‌ଏସ୍ ର ଭଲେଣ୍ଟିଅର ଭାବରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇି ବେସ୍ ନାଁ କମେଇଛନ୍ତି ।

ସେ ପିଲାଟି ଦିନରୁ ଆଖ ପାଖରେ କର୍କଟ ରୋଗରେ ପିଡ଼ିତା ମହିଳା ମାନଙ୍କ ଲଣ୍ଡାମୁଣ୍ଡକୁ ଦେଖି ବିବ୍ରତ ହେବା ସହ ସମସ୍ତଙ୍କ ମୁଣ୍ଡରେ ଚୁଟି ରହିଥିବା ବେଳେ ଏମାନଙ୍କ ମୁଣ୍ଡ ଲଣ୍ଡା କାହିଁକି ବୋଲି ଭାବୁଥିବା ଶୃତି କୁହନ୍ତି । ହେଲେ ଏହାର କାରଣ ତାଙ୍କୁ ବଡ ହେଲା ପରେ ଜଣାପଡିଥିଲା ।

ଏଭଳି ଲୋକ ମାନଙ୍କ ମନବଳକୁ ଦୃଢ଼ କରିବା ସହ ସେମାନଙ୍କର କଷ୍ଟକୁ ସାମାନ୍ୟ ଲାଘବ କରିବା ଏଭଳି ପଦକ୍ଷେପ ନେଇଥିବା ଶୃତି କହିଛନ୍ତି। ଶୃତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା କେଶକୁ “ଓଡିଶା ହେୟାର ଡୋନେସନ୍‌” ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ନିଜର କେଶ ହରାଇଥିବା ମହିଳା ବା ଯୁବତୀ ମାନଙ୍କ ପାଇଁ ଦାନ କରିଛନ୍ତି। ଏବଂ ଏପରି କରିବା ଦ୍ବାରା ସେ ବେଶ ଆତ୍ମତୃପ୍ତି ଲାଭ କରିଥିବା କହିଛନ୍ତି ।

ତେବେ ଶୃତି ଙ୍କର ଏଭଳି ନିଆରା ପଦେକ୍ଷପ ପାଇଁ ନିଜକୁ ଖୁବ୍ ଗର୍ବିତ ମନେକରୁଛନ୍ତି ଶୃତିକୁ ପିଲାବେଳୁ ପାଖରେ ରଖି ପାଠ ସାଠ ପଢ଼ାଇ ବହୁ ଆଦରରେ ବଡ଼ କରିଥିବା ନିଜର ଅଜା ଏବଂ ଆଈ । ସାହି ପଡ଼ିଶାଙ୍କ ଟାହିଟାପୋରାକୁ ଖାତିର ନକରି ନାତୁଣିର ଏହି ମହାନ କାର୍ଯ୍ୟକୁ ସ୍ୱାଗତ ଜଣାଇଛନ୍ତି ଉଭୟ ଅଜା- ଆଈ ।

Leave A Reply

Your email address will not be published.