Latest Odisha News

ବସ୍ତର: ଦ ନକ୍ସଲ ଷ୍ଟୋରି, କନ୍ଦେଇଦବ ଅଦା ଶର୍ମାଙ୍କ ଏହି ଫିଲ୍ମ, ପ୍ରଥମ ଦିନରେ କଲା ରେକର୍ଡ

ମୁମ୍ବାଇ: ‘ଦ କେରଳ ଷ୍ଟୋରୀ’ ପରେ, ବର୍ତ୍ତମାନ ଅଦା ଶର୍ମା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବସ୍ତର: ଦ ନକ୍ସଲ ଷ୍ଟୋରୀ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଅଦା ଶର୍ମାଙ୍କ କାହାଣୀ ପ୍ରଶଂସକଙ୍କ ଆଖିରେ ଲୁହ ଆଣିଦେଇଛି । ଛାତି ଥରେଇ ଦେଇଛି ଆଇପିଏସ ଅଧିକାରୀ ନିରଜା ମାଧବନ୍ ଙ୍କ କାହାଣୀ । ଭିପୁଲ ଶାହା ଏବଂ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ବସ୍ତରରେ ବ୍ୟାପିଥିବା ନକ୍ସଲବାଦ ଏବଂ ନକ୍ସଲମାନଙ୍କ ଉପରେ ଆଧାରିତ । ରିପୋର୍ଟ ଅନୁଯାୟୀ, ‘ବସ୍ତର: ଦ ନକ୍ସଲ ଷ୍ଟୋରୀ’ ରିଲିଜ ହେବାର ପ୍ରଥମ ଦିନରେ ରେକର୍ଡ କରିଛି ଏହି ଚଳଚ୍ଚିତ୍ର ।

ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ଅଦା ଶର୍ମା ଜଣେ ଆଇପିଏସ୍ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏ କି ବସ୍ତରରେ ବିସ୍ତାରିତ ନକ୍ସଲବାଦକୁ ଶେଷ କରିବାକୁ ଚାହୁଁଛନ୍ତି । ଏହି ଚଳଚ୍ଚିତ୍ରରେ ଅଦା ଶର୍ମାଙ୍କ ଅଭିନୟକୁ ଖୁବ ପ୍ରଶଂସା କରୁଛନ୍ତି ପ୍ରଶଂସକ । ବସ୍ତରରେ ହେଇଥିବା ନକ୍ସଲ ଆକ୍ରମଣ ହିଁ ଏହି ଚଳଚ୍ଚିତ୍ରର କାହାଣୀ । ଯାହାକୁ ଖୁବ ଭୟଙ୍କର ଢଙ୍ଗରେ ଦେଖାଯାଇଛି । ମାଓ ଆତଙ୍କବାଦୀମାନେ ଛତିଶଗଡର ବସ୍ତରସ୍ଥିତ ସିଆରପଏଫ କ୍ୟାମ୍ପ ଉପରେ ଆକ୍ରମଣ କରି ୭୬ ଜଣ ସିଆରପିଏଫ ସୈନିକ ମାନଙ୍କୁ କିଭଳି ନୃଶଂସ ଭାବେ ହତ୍ୟା କରିଥିଲେ ତାହା ଏହି ଫିଲ୍ମରେ ନିଖୁଣ ଭାବେ ଦେଖାଯାଇଛି ।

ସେହିଭଳି କାହାଣୀରେ ଜଣେ ମା’ର ଚରିତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଜଣେ ମହିଳାଙ୍କ ସ୍ଵାମୀଙ୍କୁ ନକ୍ସଲମାନେ ତିରଙ୍ଗା ପତାକା ଉଡେଇବା ଅପରାଧରେ ହାଣି ୩୬ ଖଣ୍ଡ କରି ଦେଇଛନ୍ତି ଏବଂ ତା’ଙ୍କ ପୁଅକୁ ମଧ୍ୟ ତା’ଙ୍କ ଠାରୁ ଅଲଗା କରିଦେଇଛନ୍ତି । ସମୟକ୍ରମେ ତାଙ୍କର ପୁଅ ମଧ୍ୟ ନକ୍ସଲ ଗୋଷ୍ଠିରେ ମିଶିଯାଇଛି । ନକ୍ସଲଙ୍କ ଠାରୁ ପ୍ରତିଶୋଧ ନେବାକୁ ମା’ ଜଣକ ପୋଲିସର ସହାୟକ ଭାବେ ଯୋଗଦେଇ ଏବଂ ଲଢି ନିଜ ପୁଅକୁ ତାଙ୍କ କବଳରୁ ଉଦ୍ଧାର କରିଛନ୍ତି । ସେପଟେ ଆଇପିଏସ୍ ଅଧିକାରୀ ନୀରଜା ମାଧବନ୍ (ଅଦା ଶର୍ମା) ନିଜେ ଗର୍ଭବତୀ ଥାଇ ମଧ୍ୟ ନକ୍ସଲମାନଙ୍କ ସହ ଅତି ସାହସର ସହ ମୁକାବିଲା କରି ତାଙ୍କୁ ପରାସ୍ତ କରିଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଅତି ଉତ୍ତମ ଢଙ୍ଗରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ମେ ୨୦୨୩ରେ ଭିପୁଲ ଶାହା, ସୁଦୀପ୍ତୋ ସେନ ଏବଂ ଅଦା ଶର୍ମାଙ୍କ ‘ଦ କେରଳ ଷ୍ଟୋରୀ’ ରିଲିଜ ହୋଇଥିଲା । ଫିଲ୍ମ ବିବାଦ ଘେରକୁ ଆସିଥିଲେ ସୁଦ୍ଧା ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟିବା ସହ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି ବକ୍ସ ଅଫିସର ୨୪୨ କୋଟି ଟଙ୍କାର ବମ୍ପର କଲେକ୍ସନ କରିଥିଲା । ତେବେ ଦ କେରଳ ଷ୍ଟୋରୀ’ରେ ଏହି ୩ ଜଣ ବକ୍ସ ଅଫିସରେ ଜଲୱା ଦେଖାଇଥିବା ବେଳେ ବର୍ତ୍ତମାନ ପୁଣି ଏହି ଫିଲ୍ମ ସହ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି ।

Leave A Reply

Your email address will not be published.