Latest Odisha News

BREAKING NEWS

‘ସିଏଏ’ ଭାରତର ଆଭ୍ୟନ୍ତରୀଣ ମାମଲା, ଆମେରିକା ଟିପ୍ପଣୀରେ ବୈଦେଶିକ ମନ୍ତ୍ରାଳୟର ଜବାବ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ଆମେରିକାର ଟିପ୍ପଣୀକୁ ଭାରତର ଜବାବ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଲେ, ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା । ସିଏଏ ଲାଗୁ ହେବା ଉପରେ ଆମେରିକା ବୟାନ ଭୁଲ ଏବଂ ଅନୁଚିତ ।ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଜବାବ ଆମେରିକା ବିଦେଶ ବିଭାଗର ଏହି ବୟାନରେ ଆସିଛି, ଯେଉଁଥିରେ କୁହାଯାଇଛି ୧୧ ମାର୍ଚ୍ଚରେ ନାଗରିକତା ସଂଶୋଧନ ଅଧିନିୟମର ସୂଚନା ନେଇ ଚିନ୍ତିତ । ଆମେରିକାର ବିଦେଶ ବିଭାଗର ପ୍ରବକ୍ତା ମିଥ୍ୟୁ ମିଲର କହିଛନ୍ତି  ଏହି ଆଇନ କିପରି କାର୍ଯ୍ୟକାରୀ ହେବ ଆମେ ତୀକ୍ଷ୍ଣ ନଜର ରଖିଛୁ?

ଆମେରିକାର ବିବୃତ୍ତିର ଉତ୍ତରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନଧୀର ଜୟସଓ୍ବାଲ କହିଛନ୍ତି ଯେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ ୨୦୧୯ ଭାରତର ଏକ ଆଭ୍ୟନ୍ତରୀଣ ବିଷୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆମେରିକାର ବୟାନ ଭୁଲ ଅଟେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରନଧୀର ଜୟସଓ୍ବାଲ କହିଛନ୍ତି ଯେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ଏହି ନିୟମ ସୁରକ୍ଷିତ ସ୍ଥାନ ପ୍ରଦାନ କରିବ । ଯେଉଁମାନେ ୩୧ ଡିସେମ୍ବର ୨୦୧୪ ରେ କିମ୍ବା ପୂର୍ବରୁ ଭାରତ ଆସିଛନ୍ତି । ସିଏଏ ମାଧ୍ୟମରେ ନାଗରିକତ୍ୱ ଦିଆଯିବ, ଏହା କାହାର ନାଗରିକତ୍ୱ ଛଡ଼ାଇବ ନାହିଁ  । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସିଏଏ ଦେଶହୀନତା ପ୍ରସଙ୍ଗକୁ ସମାଧାନ କରିଥାଏ, ମାନବିକ ସମ୍ମାନ ପ୍ରଦାନ କରିଥାଏ ଏବଂ ମାନବିକ ଅଧିକାରକୁ ସମର୍ଥନ କରିଥାଏ ।

Leave A Reply

Your email address will not be published.