Latest Odisha News

ବିସିସିଆଇ ଗଠନ କଲା ସିଏସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର କ୍ରିକେଟ ପରାମର୍ଶ ଦାତା କମିଟି (ସିଏସି) ଗଠନ କରିଛି । ୩ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମାଲହୋତ୍ରା, ଜତୀନ ପରଞ୍ଜାପେ ଓ ସୁଲକ୍ଷଣା ନାଇକ ରହିଛନ୍ତି । ମାଲହୋତ୍ରା ୭ଟି ଟେଷ୍ଟ ଓ ୨୦ଟି ଦିନିକିଆ ମ୍ୟାଚ ଓ ଜତୀନ ୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେହିପରି ସୁଲକ୍ଷଣା ୨ଟେଷ୍ଟ, ୪୬ ଦିନିନିଆ ଭାରତ ପକ୍ଷରୁ ଖେଳିଛନ୍ତି । ଏମାନେ ୫ ସଦସ୍ୟ ବିଶିଷ୍ଟ ଚୟନ କମିଟିକୁ ଚୟନ କରିବେ ।

ଗତ ବର୍ଷ ମଦନ ଲାଲ ଇସ୍ତଫା ଦେବା ପରେ ସିଏସି ଅଧ୍ୟକ୍ଷ ପଦ ଖାଲି ରହିଥିଲା । ତାଙ୍କ ଅନୁପସ୍ଥିତିରେ ଆରପି ସିଂ ଓ ସୁଲକ୍ଷଣା ନାଇକ ମୂଖ୍ୟ କୋଚ ପଦ ପାଇଁ ରାହୁଲ ଦ୍ରାବିଡଙ୍କ ସାକ୍ଷାତକାର ନେଇଥିଲେ । ଟି୨୦ ବିଶ୍ୱକପରେ ଭାରତ ଖରାପ ପ୍ରଦର୍ଶନ କରିବା ପରେ ବିସିସିଆଇ ଚେତନ ଶର୍ମା ନେତୃତ୍ୱାଧୀନ କମିଟିକୁ ହଟେଇ ଦେଇଥିଲା ।

Leave A Reply

Your email address will not be published.