Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ଧକ୍କା ମାରିବାକୁ ସାମ୍ବାଦିକାଙ୍କୁ ଖୋଲାଖୋଲି କହୁଛନ୍ତି ଧର୍ମେନ୍ଦ୍ର, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ହିଂସା ପାଇଁ ଉସୁକାଉଛନ୍ତି କେନ୍ଦ୍ର ମନ୍ତ୍ରୀ । ଖୋଲାଖୋଲି ଟିଭି ସାମ୍ବାଦିକାଙ୍କୁ କହୁଛନ୍ତି ମନ୍ତ୍ରୀଙ୍କୁ ଧକ୍କା ମାର । ଏଭଳି ଭିଡିଓ ଦୁଇ ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର ପ୍ରତିନିଧିଙ୍କ ନାଁ ନେଇ ହସି ହସି ପଚାରୁଛନ୍ତି ରାଜା ତତେ ଧକ୍କା ମାରିଲା ? ତୁ ତାକୁ ମାରିନେଲୁ ଗୋଟେ । ଆଉ ଥରେ ଲାଗ ତା ସାଙ୍ଗରେ ।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ମନ୍ତ୍ୟବର ଭିଡିଓ ଭାଇରାଲ୍ ହେଉଥିବା ବେଳେ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ବିଜେଡି ଅଭିଯୋଗ କରିଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରାଜା ସ୍ୱାଇଁଙ୍କ ପ୍ରତି ଇଙ୍ଗିତ କରୁଛନ୍ତି ।

ସୂଚନା ଯୋଗ୍ୟ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ) ଏବେ ପଦ୍ମପୁର ଉପନିର୍ବାଚନ ଲାଗି ପ୍ରଚାର କରୁଛନ୍ତି । ବିଜେଡି ଅଭିଯୋଗ କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଉକ୍ତ ଭିଡିଓକୁ ପ୍ରଦାନ କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେନିନ୍ ମହାନ୍ତି ପ୍ରମୁଖ ସିଇଓଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ।

Leave A Reply

Your email address will not be published.