Latest Odisha News

BREAKING NEWS

ଭାରତୀୟ କ୍ରିକେଟରଙ୍କ ମ୍ୟାଚ ଫି ବଢ଼ାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ବଢ଼ାଇଛି । ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସିନିୟର କ୍ରିକେଟର(୪୦ ମ୍ୟାଚରୁ ଊର୍ଦ୍ଧ୍ୱ)ଙ୍କୁ ଏଥର ମ୍ୟାଚ ଫିଛା ୬୦୦୦୦ ଟଙ୍କା ମିଳିବ । ସେହିପରି ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଓ ୧୯ ବର୍ଷରୁ କମ୍ ଖେଳାଳିଙ୍କୁ ୨୦ ହଜାର ଟଙ୍କା ଦିଆଯିବ । ବିସିସିଆଇ ସମ୍ପାଦକ ଜୟ ଶାହ ଏହି ଖବର ପ୍ରଶଂସକଙ୍କୁ ଟୁଇଟ କରି ଜଣାଇଛନ୍ତି ।

ସେହିପରି ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିବା ଖେଳାଳ୍ରିୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ ଫି ପ୍ରଦାନ କରାଯିବ । ୨୦୨୦-୨୧ ସିଜନ କରୋନା ମହାମାରୀ ଯୋଗ ବାତିଲ ହୋଇଥିବାରୁ ଏହି ନିଷ୍ପତି ନିଆଯାଇଛି । ରଣଜୀ ଓ ବିଜୟ ହଜାରେ ଟ୍ରଫି ପାଇଁ ଏଥର ଖେଳାଳିଙ୍କୁ ଯଥାକ୍ରମେ ୪୦ ଓ ୨୫ ହଜାର ଟଙ୍କା ଦିଆଯିବ । ସୂଚନାଯୋଗ୍ୟ,ବିସିସିଆଇର ଘରୋଇ କ୍ରିକେଟ ସିଜନ ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ ।

Leave A Reply

Your email address will not be published.