Latest Odisha News

BREAKING NEWS

ମୟୂରଭଞ୍ଜ ଗସ୍ତରେ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ : ମୟୂରଭଞ୍ଜ ଗସ୍ତରେ ଗଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ।ସେ ହେଲିକେପ୍ଟର ଯୋଗେ ମୟୂରଭଞ୍ଜରେ ପହଁଚି ଖୁଣ୍ଟିଆ ବ୍ଲକ ଅନ୍ତର୍ଗତ ବାହାନଡା ଏସଏସଡି ହାଇସ୍କୁଲ ପଡିଆରେ ଓହ୍ଲାଇବା ପରେ ଡେଙ୍ଗାମ ଜିପିର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତିା

ଅନ୍ୟପଟେ ଖୁଣ୍ଟା ହରିପୁର ଗାଁ ରେ ସାବିତ୍ରୀ ବିଶ୍ୱାଳ ନାମକ ବ୍ୟକ୍ତି ବନ୍ୟାରେ ନାଲୁହା ନଦୀରେ ଭାଷି ଯାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟି ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ପରେ ବାରିପଦା ପ୍ରୟାସ ହଲରେ ପହଁଞ୍ଚି ଜିଲ୍ଲା ପ୍ରଶାସନ ସହ ଏକ ସମୀକ୍ଷା ବୈଠକ କରି ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି ଧ୍ୟାନଦେଓ ଖିଲାରୀ , ଉପଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ମୋରଡା ବିଧାୟକ ରାଜକିଶୋର ଦାସ, ସମେତ ଜିଲ୍ଲାର ବିଡ଼ିଓ ତହସିଲଦାର ମାନେ ଉପସ୍ଥିତ ଥିଲେ ।

ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଲଘୁଚାପ ଜନୀତ ବର୍ଷା ,ବଜ୍ରପାତ ରେ ମୃତ୍ୟୁ ବରଣ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ୨୬ ଜଣ ବ୍ୟକ୍ତିଙ୍କ ପାଇଁ ୧ କୋଟି ୪ଲକ୍ଷ ଟଙ୍କା ଆର୍ଥିକ ରାଶି ଘୋଷଣା କରିଥିଲେ । ଅନ୍ୟପଟେ ବନ୍ୟାରେ ଭାଙ୍ଗିଥିବା ବିଭିନ୍ନ ଅଞ୍ଚଳକୁ ତୁରନ୍ତ ମରାମତି କରିବାକୁ କହିଥିଲେ ।

ଲଘୁଚାପ ଜନୀତ ବର୍ଷା ବନ୍ୟା ଫଳରେ ବାରିପଦା କପ୍ତିପଦା,ପାଞ୍ଚପିଢି,ବାମନଘାଟି ଉପଖଣ୍ଡ ୨୬ ବ୍ଲକରେ ପ୍ରାଥମିକ ରିପୋର୍ଟ ଅନୁସାରେ ୧୧ ସହ ୪୬ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିଲା ।ମନ୍ତ୍ରୀ ଜାଣିବା ପରେ ଅଧିକ ୧୦ ଦିନ ସମୟ ସହ ପୁନର୍ବାର କ୍ଷୟ କ୍ଷତିର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.