Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ, ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ପୂଜାରା, ଉମେଶ ବିଦା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଚେତେଶ୍ୱର ପୂଜାରା ଓ ଉମେଶ ଯାଦବଙ୍କୁ ଟେଷ୍ଟ ଟିମରୁ ବାଦ ଦିଆଯାଇଛି । ସେହିପରି ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଓ ରିତୁରାଜ ଗାଏକ୍ୱାଡଙ୍କୁ ଚୁଡାନ୍ତ ଟିମରେ ସ୍ଥାନ ମିଳିଛି । ଅଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ସେ ୮୯ ଓ ୪୬ ରନ କରିଥିଲେ । ସେହିପରି ଦିନିକିଆ ଟିମକୁ ସଞ୍ଜୁ ସାମସନ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କୁ ଆଘାତପ୍ରାପ୍ତ କେଏଲ ରାହୁଲଙ୍କ ବଦଳରେ ଟିମରେ ସାମିଲ କରାଯାଇଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୩ଟି ଯାକ ଫର୍ମାଟରେ ସିରିଜ ଖେଳିବ । ୧୨ ଜୁଲାଇରୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ, ୨୭ ଜୁଲାଇରୁ ଦିନିକିଆ ଏବଂ ୩ ଅଗଷ୍ଟରୁ ଟି୨୦ ସିରିଜ ଆରମ୍ଭ ହେବ ।

ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ରିତୁରାଗ ଗାଏକ୍ୱାଡ, ଯଶସ୍ୱୀ ଜୈସୱାଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଡକଟ, ଈଶାନ କିଶାନ, ନବଦୀପ ସୈନୀ ।
ଦିନିକିଆ ଟିମ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ରିତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଡକଟ, ମହମ୍ମଦ ସିରାଜ, ଉମରାନ ମଲିକ, ମୁକେଶ କୁମାର ।

Leave A Reply

Your email address will not be published.