Latest Odisha News

BREAKING NEWS

ବିସିସିଆଇ ଜାରି କଲା ଖେଳାଳିଙ୍କ ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୋମବାର ଖେଳାଳିଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ତାଲିକା ଜାରୀ କରିଛି । ଏହା ୨୦୨୨ ଅକ୍ଟୋବର ଓ ସେପ୍ଟମ୍ବର ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ରବୀନ୍ଦ୍ର ଜାଡେଜାଙ୍କ ପ୍ରମୋଶନ ହୋଇଛି । ସେ ଏବେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ସହ ଏ ପ୍ଲସ ଗ୍ରେଡରେ ସାମିଲ ହୋଇଛନ୍ତି । ଏମାନଙ୍କୁ ୭କୋଟି ଲେଖାଁଏ ମିଳିବ । ଏ ଗ୍ରେଡରେ ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ ସାମି, ରିଷଭ ପନ୍ତ ଓ ଅକ୍ଷର ପଟେଲ ରହିଛନ୍ତି । କେଏଲ ରାହୁଲ ବି ଗ୍ରେଡକୁ ଖସିଥିବା ବେଳେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତନ ହୋଇଛି । ଅକ୍ଷରଙ୍କ ପ୍ରମୋଶନ ହୋଇଛି । ଏମାନେ ସମସ୍ତଙ୍କୁ ୫ କୋଟି ଟଙ୍କା ମିଳିବ । ନୂତନ ସେଂଟ୍ରାଲ କଂଟ୍ରାକ୍ଟରେ ୨୬ ଖେଳାଳି ସ୍ଥାନ ପାଇଛନ୍ତି । ଶୁବମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବି ଗ୍ରେଡକୁ ପ୍ରମୋଟ କରାଯାଇଛି । ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ଓ ମୟଙ୍କ ଅଗ୍ରୱାଲ ଏହି ତାଲିକାରୁ ବାଦ ପଡିଛନ୍ତି ।

ଏ ପ୍ଲସ: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରାହ, ରବୀନ୍ଦ୍ର ଜାଡେଜା ।
ଏ: ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ ସାମି, ରିଷଭ ପନ୍ତ, ଅକ୍ଷର ପଟେଲ ।
ବି: ଚେତେଶ୍ୱର ପୂଜାରା, କେଏଲ ରାହୁଲ, ଶ୍ରେୟାଶ ଆୟାର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ ।
ସି: ଉମେଶ ଯାଦବ, ଶିଖର ଧାୱନ, ଶାର୍ଦ୍ଦୁଳ ଠାକୁର, ଈଶାନ କିଶାନ, ଦୀପକ ହୁଡ୍ଡା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଓ କେଏସ ଭରତ ।

Leave A Reply

Your email address will not be published.