Latest Odisha News

BREAKING NEWS

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ, କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର:ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ବିଧାନସଭାରେ କଂଗ୍ରେସ ହଟ୍ଟଗୋଳ । ଅଭିନବ ଉପାୟରେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ । ଗୃହ ଆରମ୍ଭରୁ କଂଗ୍ରେସର ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭାକୁ କଂଗ୍ରେସର ସମସ୍ତ ବିଧାୟକ ଓ ସଭାପତି କଳା ପୋଷାକ ପିନ୍ଧି ଆସିଥିଲେ । ବିଧାନସଭାରେ ପାଟିତୁଣ୍ଡ କରିବା ସହ ଗୃହରୁ ବାହାରି ରାଜଭବନ ଉପଲକ୍ଷେ ପଦଯାତ୍ରା କରିଥିଲେ ।

BjdElectrycity

ତେବେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିପାରିଲାନି  । । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ ପ୍ରତିବାଦ କଲେ । ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ । ଗୃହ କାର୍ଯ୍ୟରେ ସହଯୋଗ କରି ନ ଥିଲେ। ଏପରିକି ବାଚସ୍ପତିଙ୍କ କହିବା ସତ୍ତ୍ୱେ ବି ନିଜ ଜିଦରୁ ଓହରି ନ ଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପକ୍ଷେ  ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ରବିବାର ଦେଶବ୍ୟାପୀ ସତ୍ୟାଗ୍ରହ ପାଳନ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସତ୍ୟାଗ୍ରହରେ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗତକାଲି ପ୍ରଦେଶ କଂଗ୍ରେସର ସମସ୍ତ ନେତୃବର୍ଗ ଗାନ୍ଧୀ ପାର୍କରେ ପୂର୍ବାହ୍ନ 10 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିଥିଲେ ।

ଅନ୍ୟପକ୍ଷେ ସଂସଦରେ ମଧ୍ୟ ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗକୁ ନେଇ ପ୍ରତିବାଦ କରାଯାଇଛି । ମଲ୍ଲିକାର୍ଜ୍ଜନ ଖଡଗେଙ୍କ ସମେତ ସମସ୍ତ କଂଗ୍ରେସ ଏମପି  କଳାପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ । ରାଜ୍ୟସଭା ଏବଂ ଲୋକ ସଭା ଆରମ୍ଭ ହେବା କ୍ଷଣି ଅଦାନୀ ଏବଂ ରାହୁଲ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶେଷରେ ଲୋକସଭାକୁ ଅପରାହ୍ନ ୪ଟା ଏବଂ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

Leave A Reply

Your email address will not be published.