Latest Odisha News

BREAKING NEWS

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଗାଙ୍ଗୁଲି, ରାଜନୈତିକ ମହଲରେ ଚର୍ଚ୍ଚା

କୋଲକାତା:ରବିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ଦାଦା କଣ ରାଜନୀତିରେ ପାଦ ଦେବେ ? ଏହା ଏକ ସୌଜନ୍ୟମୂଳକ ଓ ବ୍ୟକ୍ତିଗତ ସାକ୍ଷାତ ଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗାଙ୍ଗୁଲି ବିଜେପିରେ ଯୋଗ ଦେଇପାରନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାନୁୟାରୀ ୧୨ରେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଯିବେ । ଏହି ଅବସରରେ ଗାଙ୍ଗୁଲି ବିଜେପି ହାତ ଧରିବେ ବୋଲି ଆକଳନ କରାଯାଉଛି । ତେବେ ଗାଙ୍ଗୁଲି କିମ୍ବା ବିଜେପି ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.