Latest Odisha News

BREAKING NEWS

ସୋମବାରଠୁ ଭକ୍ତଙ୍କ ଲାଗି ଖୋଲୁଛି ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ଆରଡି ସ୍ଥିତ ଆଖଣ୍ଡଳମଣି ମନ୍ଦିର ସୋମବାର ଦିନ ଠାରୁ ଖୋଲିବାକୁ ଯାଉଛି।

ଏନେଇ ରବିବାର ଦିନ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତିରେ ଭଦ୍ରକ ସବ୍-କଲେକ୍ଟର ପିତାମ୍ବର ସାମଲ କହିଛନ୍ତି ଯେ ଡିସେମ୍ବର ୨୮ ଏବଂ ୨୯ ତଥା ପ୍ରଥମ ଦୁଇ ଦିନ କେବଳ ସେବାୟତ ଏବଂ ସେମାନଙ୍କ ପରିବାରଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ।

ତେବେ ଆରଡି, ନନ୍ଦପୁର, ଓଲଗା ଏବଂ ସୁନ୍ଦରପୁରର ସ୍ଥାନୀୟ ଲୋକମାନେ ଆସନ୍ତା ଡିସେମ୍ବର ୩୦ ଏବଂ ୩୧ରେ ଦର୍ଶନ କରିପାରିବେ।

ସେହିପରି ଜାନୁଆରୀ ୧ ଓ ୨ ତାରିଖରେ ଆଖଣ୍ଡଳମଣି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.