Latest Odisha News

ବିଡିଏର ଚେତାବନୀ, ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଓ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏର ନୋଟିସ । ଜମି ବା ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ ହେବ କାର୍ଯ୍ୟାନୁଷ୍ଠାନ । ଜରିମାନା ଆଦାୟ କରାଯିବା ସହ ଆବଶ୍ୟକ ସ୍ଥଳେ ଆଲର୍ଟମେଣ୍ଟକୁ ମଧ୍ୟ ରଦ୍ଦ କରାଯିବ । ଏଭଳି ଆଲଟି ବା ପ୍ଲଟ ମାଲିକଙ୍କୁ ବିଡିଏ ପକ୍ଷରୁ ଏନଓସି ଦିଆଯିବ ନାହିଁ । ବିଡିଏର ୧୩୯ତମ ଅଥରିଟି ବୈଠକରେ ଏଭଳି କଡା ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ।

ବିଡିଏରୁ ପ୍ଲଟ ହାତେଇବା ପରେ ଗୃହ ନିର୍ମାଣ କରୁଥିଲେ ହିତାଧିକାରୀ । ଏପରିକି ପରବର୍ତ୍ତୀ ସମୟରେ ଅଧିକ ମୂଲ୍ୟରେ ବିଲଡରଙ୍କୁ ଏହି ପ୍ଲଟ ବିକ୍ରି ହେଉଥିବା ନେଇ ଅନେକ ଘଟଣା ବିଡିଏର ନଜରକୁ ଆସିଛି । ୨୦୧୨ ମସିହାରୁ ଅନେକ ବ୍ୟକ୍ତି ବିଡିଏ ଠାରୁ ଆବଣ୍ଟନରେ ପ୍ଲଟ ପାଇବା ପରେ ବାରମ୍ବାର ନୋଟିସ ପାଇ ମଧ୍ୟ ବେଖାତିର କରି ଚାଲିଛନ୍ତି । ପ୍ରପର୍ଟି ମ୍ୟାନେଜମେଣ୍ଟ ଆଲର୍ଟମେଣ୍ଟ ରେଗୁଲେସନ ୨୦୧୫ ଏବଂ ବିଡିଏ ଲ୍ୟାଣ୍ଡ ଡିସପୋଜାଲ ଆଣ୍ଡ ଆଲର୍ଟମେଣ୍ଟ ରେଗୁଲସନ ୨୦୧୫ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବ ବିଡିଏ । ଆସନ୍ତା ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବଣ୍ଟନ ଜରିଆରେ ବିଡିଏରୁ ହାତେଇଥିବା ଜମି ବା ପ୍ଲଟ ମାଲିକଙ୍କୁ ଗୃହ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ କରିଛି ବିଡିଏ । ତେବେ କୋଭିଡ କଟକଣା ଯୋଗୁଁ ଆଲର୍ଟମେଣ୍ଟ ପାଇଁ ବିଦେଶରେ ଥିବା ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଏକ ବର୍ଷ ସମୟ ଦେଇଛି ବିଡିଏ ।

Leave A Reply

Your email address will not be published.