Latest Odisha News

BREAKING NEWS

ରାଜ୍ୟରେ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରିଆ ସାର ଯୋଗାଣ

ଭୁବନେଶ୍ବର : କୃଷକଙ୍କ ପାଇଁ ଖୁସି ଖବର । ଇଫକୋ ଦ୍ବାରା ଆରମ୍ଭ ହୋଇଛି ନାନୋ ୟୁରିଆ ସାର ଯୋଗାଣ । ଗୁଜୁରାଟର କଲ୍ଲୋଳ କାରଖାନାରୁ ଓଡ଼ିଶା ପାଇଁ ୟୁରିଆ ସାର ଯୋଗାଣ ହୋଇଛି । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଉତ୍ପାଦନ ଖର୍ଚ୍ଚ କମିବ, ଚାଷୀଙ୍କୁ ଅଧିକ ଲାଭ ମିଳିବ । ଏହା ଗଛର ବା ଫସଲର ଆବଶ୍ୟକତା ଅନୁଯାୟୀ ଧୀରେ ଧୀରେ ଏବଂ ଅନବରତ ଭାବରେ ପୋଷାକତତ୍ତ୍ଵ ଯୋଗାଇବ । ଫସଲ ଏହାକୁ ଖୁବ ଶୀଘ୍ର ଗ୍ରହଣ କରିବ, ଫଳରେ ଅମଳ ମଧ୍ୟ ବଢିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଫଟୋସିନ୍ଥେସିସ୍ ଭଲ ଭାବରେ ସକ୍ଷମ ତଥା ତ୍ବରାନ୍ବିତ ହେବ ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଏହି ସାର ପ୍ରୟୋଗର ପରେ ମୃତ୍ତିକାରେ କୌଣସି ଅବଶିଷ୍ଟାଂଶ ରୁହେ ନାହିଁ । ଫଳରେ ମୃତ୍ତିକାର ଉର୍ବରତା ବଜାୟ ରହେ । ନାନୋ ୟୁରିଆ ପ୍ରୟୋଗ ଫଳରେ ଫସଲର ମରୁଡି ସହନଶୀଳତା ବୃଦ୍ଧିପାଏ । ମୃତ୍ତିକାରୁ ସବୁଜଗୃହ ଗ୍ୟାସ ନିର୍ଗତ ମଧ୍ୟ ବହୁଳ ମାତ୍ରାରେ କମିଯାଏ । ଫଳରେ ବିଶ୍ୱ ଉତ୍ତାପନ କମ କରିବାରେ ମଧ୍ୟ ସହାୟକ ହେବ । ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ମଧ୍ୟ ଏହିଁ ସାର ପ୍ରୟୋଗ ଫଳରେ କମ କରାଯାଇ ପାରିବ । ଏଭଳି ସାର ଆସିବା କୃଷକଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

Leave A Reply

Your email address will not be published.