ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ ଦୈନଦିନ ଜୀବନରେ ଫୋନକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରୂପେ ଆପଣାଇ ସାରିଲେଣି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫୋନ ପାଇଁ ପାଗଳ । ଫୋନରେ ରିଲ୍ସ ଦେଖିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଭୁଲିଯାଉଛନ୍ତି। କିନ୍ତୁ ଏହା ଦ୍ୱାରା ଆପଣଙ୍କର ଅନେକ କ୍ଷତି ହୁଏ। ଅଧିକ ମାତ୍ରାରେ ରିଲ୍ସ ଦେଖିବା ଦ୍ୱାରା ରକ୍ତଚାପ ଦେଖାଯାଇ ଥାଏ । ରିଲସ ଦେଖୁ ଥିବା ବ୍ୟକ୍ତିଙ୍କୁ ଠିକ ଭାବରେ ନିଦ ହୋଇନଥାଏ ।
ଫଳରେ ଅଳସୁଆ ଲାଗିବା ସହ କୌଣସି କାମ କରିବାକୁ ଇଚ୍ଛା ହୋଇ ନ ଥାଏ । ଏକ ପରୀକ୍ଷଣରୁ ଜଣା ପଡିଛି ଯେ ୬୦ ପ୍ରତିଶତ ଲୋକଙ୍କର ରିଲ୍ସ ଦେଖିବା ଦ୍ୱାରା ମୁଣ୍ଡବିନ୍ଧା, ମାଇଗ୍ରେନ ,ନିଦ ନହେବା ଭଳି ଅନେକ ସମସ୍ୟା ଦେଖା ଦେଉଛି । ରିଲ୍ସ ଦେଖିବା ଦ୍ୱାରା କୌଣସି କାର୍ଯ୍ୟ କରିବାକୁ ମନ ଲାଗି ନଥାଏ ।ଏକ ଅଧ୍ୟୟନରେ ମାନସିକ ରୋଗୀ ଚିକିତ୍ସକ ମାନେ ୬ ବର୍ଷ ରୁ ୫୫ ବର୍ଷର ଲୋକଙ୍କ ଉପରେ ପରୀକ୍ଷା କରିଥିଲେ । ଯାହାଙ୍କ ଭିତରେ ୩୦ ଜଣ ମହିଳା ଥିଲେ। ଏମାନଙ୍କ ମଧ୍ୟରେ ଅନେକ ମାନସିକ ରୋଗୀ ଦେଖିବାକୁ ମିଳିଥିଲେ ଯେଉଁ ମାନେ ଫୋନରେ ରିଲ୍ସ ଦେଖୁଥିଲେ। ତେବେ ରିଲ୍ସ ଦେଖିବା କମ୍ କରିଦିଅନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ ।
Comments are closed.