Latest Odisha News

BREAKING NEWS

କୋହଲି ଫେରିବେ, ଚୂଡାନ୍ତ ଏକାଦଶରୁ କାହାକୁ ବାଦ ଦିଆଯିବ ନେଇ ଚିନ୍ତାର ଟିମ ଇଣ୍ଡିଆ

ମୁମ୍ବାଇ: ଡିସେମ୍ବର ୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ନିୟମିତ ଅଧିନାୟକ ବିରାଟ କୋହଲି ଟିମକୁ ଫେରିବେ । ତେବେ ଚୂଡାନ୍ତ ଏକାଦଶରୁ କାହାକୁ ବାଦ୍ ଦିଆଯିବ ସେ ନେଇ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ପଦାର୍ପଣ ମ୍ୟାଚରେ ଶ୍ରେୟାଶ ଆୟାର ଚମତ୍କାର ପ୍ରଦର୍ଶନ କରି ନିଜ ଉପସ୍ଥିତି ଜାହିର କରିଛନ୍ତି । ଅନ୍ୟ ପଟେ ୨ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଭଲ ଫର୍ମରେ ନାହାନ୍ତି । ଉଭୟ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ପୂଜାରା ୪୦ ଏବଂ ରାହାଣେ ୨୨ ଇନିଂସ ହେବ ଶତକ ହାସଲ କରି ନାହାନ୍ତି ।

ଏ ସବୁ ସତ୍ୱେ ଟିମ ମ୍ୟାନେଜମେଂଟ ଏହି ୨ଜଣଙ୍କୁ ଯଦି ଅଭିଜ୍ଞତା ଦୃଷ୍ଟି କୋଣରୁ ଚୂଡାନ୍ତ ଏକାଦଶରେ ସାମିଲ କରେ ତାହାହେଲେ ମୟଙ୍କ ଅଗୱାଲ ଦଳରୁ ବାଦ୍ ପଡି ପାରନ୍ତି । ସେ ବି ୧୦ଟି ଇନିଂସରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର ଖେଳି ନାହାନ୍ତି । ରିଦ୍ଧିମାନ ଶାହ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ତାଙ୍କ ସ୍ଥାନରେ କେଏସ ଭରତଙ୍କୁ ସୁଯୋଗ ମିଳିପାରେ । ପ୍ରଥମ ଟେଷ୍ଟରେ ଆଘାତ ଶାହଙ୍କ ସ୍ଥାନରେ ଭଲ ଉଇକେଟ କିପିଂ କରି ପ୍ରଭାବିତ କରିଛନ୍ତି । ସେ ଦଳରେ ସାମିଲ ହେଲେ ପୂଜାରା ଓ ରାହାଣେ ଟିମରେ ରହିବେ ଏବଂ ଟିମ ମ୍ୟାନେଜମେଂଟକୁ ବିଶେଷ ପରିବର୍ତନ କରିବାକୁ ପଡିବ ନାହିଁ ।

Leave A Reply

Your email address will not be published.