Latest Odisha News

BREAKING NEWS

ରେଷ୍ଟୁରାଣ୍ଟରେ ଗ୍ଲାମରର୍ସ ୱେଟ୍ରେସ୍ : ଦେଖିବାକୁ ଯୁବକଙ୍କ ଭିଡ଼

ନ୍ୟୁୟର୍କ: ସାଧାରଣତଃ ଯେତେବେଳେ ଆମେ ଖାଦ୍ୟ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଆନ୍ତି, ଆମର ଧ୍ୟାନ କେବଳ ଭଲ ଖାଦ୍ୟ ଉପରେ ରହିଥାଏ । ଆମେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କଠାରୁ ଭଲ ଆଚରଣ ଆଶା କରୁ । କିନ୍ତୁ ସେଠାରୁ ଚାଲି ଆସିବା ପରେ କର୍ମଚାରୀଙ୍କ ସହିତ କିଛି ସମ୍ପର୍କ ନ ଥାଏ । ତେବେ ଆମେରିକାର ଏକ ଜଣାଶୁଣା ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକେ ଏଠାରେ କାର୍ଯ୍ୟ କରୁଥିବା ଜଣେ ଗ୍ଲାମରସ୍ ୱେଟ୍ରେସ୍‌ଙ୍କୁ ଦେଖି ପାଗଳ ହୋଇଯାଉଛନ୍ତି ।

ଆମେରିକାରେ ରହିଛି ହୁଟର୍ସ ନାମକ ଏକ ରେଷ୍ଟୁରାଣ୍ଟ । ଯାହା ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏଠାକୁ ଆସୁଥିବା ଲୋକେ ଏଠାକାର ସୁସ୍ୱାଦ ଖାଦ୍ୟକୁ ଯେତିକି ପସନ୍ଦ କରନ୍ତି ସେତିକି ସୁନ୍ଦରୀ ୱେଟ୍ରେସ୍‌କୁ ବି ପସନ୍ଦ କରନ୍ତି । ଏଠାରେ ଲିୟା ଫେନେଲି ନାମକ ଜଣେ ଯୁବତୀ ୱେଟ୍ରେସ୍ ଭାବେ କାମ କରନ୍ତି । ଲିୟାଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ବ୍ୟବହାର ଏଠାକୁ ଆସୁଥିବା ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ତେଣୁ ଯିବାବେଳେ ସେମାନେ ତାଙ୍କ ଫୋନ ନମ୍ବର ମାଗିଥାନ୍ତି ।

ସେ ଅନ୍ୟ କର୍ମଚାରୀଙ୍କ ପରି ରେଷ୍ଟ୍ୟୁରାଣ୍ଟର ୟୁନିଫର୍ମ ପିନ୍ଧିଥାନ୍ତି । ସେ କମଳା ରଙ୍ଗର ଶର୍ଟ ଏବଂ ଧଳା ଟପ୍ ପିନ୍ଧନ୍ତି, ଯେଉଁଥିରେ ସେ ବେଶୀ ଗ୍ଲାମରସ୍ ଲାଗନ୍ତି । ଏଥିସହ ତାଙ୍କ କେଶ ଏବଂ ମେକଅପ୍ ଲୋକଙ୍କୁ ବେଶୀ ଆକୃଷ୍ଟ କରିଥାଏ । ଖାସ୍‌କରି ତାଙ୍କୁ ଦେଖିବା ପାଇଁ ଅଧିକାଂଶ ଲୋକ ଏଠାକୁ ଆସିଥାନ୍ତି । ଲିୟା କହିଛନ୍ତି ଯେ, ଅନେକ ଲୋକଙ୍କୁ ମୋ ବ୍ୟବହାର ବହୁତ ଭଲ ଲାଗେ । ସେମାନେ ମୋ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି । ଅନେକ ଡ଼େଟ୍‌ରେ ଯିବାକୁ ଅଫର ମଧ୍ୟ ଦେଇଛନ୍ତି । ହେଲେ ମୁଁ କାହାର ପ୍ରସ୍ତାବକୁ ଗ୍ରହଣ କରିନାହିଁ । ଆଉ କିଛି ଲୋକ ମୋତେ କମେଣ୍ଟ ବି କରନ୍ତି ଓ ଫୋନ୍ ନମ୍ବର ମାଗନ୍ତି । ଅନେକ ଥର ସେମାନେ ନିଜ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ସାମ୍ନାରେ ଏପରି କରନ୍ତି, ଯାହା ବହୁତ ଅଦ୍ଭୁତ ମନେହୁଏ ।

Leave A Reply

Your email address will not be published.