Latest Odisha News

BREAKING NEWS

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।

୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ

ଅନୁଗୁଳ- ସଦାଶିବ ନାୟକ
ବାଲେଶ୍ବର- ମଦନ ମୋହନ ମାଝୀ
ବଲାଙ୍ଗୀର- ବ୍ରଜମୋହନ ବିଶୋଇ
ବୌଦ୍ଧ- ଭଗବାନ କହଁର
ଢେଙ୍କାନାଳ- ସୁରେନ୍ଦ୍ର ହେମ୍ବ୍ରମ
ଯାଜପୁର- ଲମ୍ବୋଦର ମୁଣ୍ଡା
କଳାହାଣ୍ଡି- ଶିବାଜୀ ମାଝୀ
ନୂଆପଡ଼ା- ଭଗତରାମ ମାଝୀ
ସମ୍ବଲପୁର- ଶୋଭାରାମ ପ୍ରଧାନ
ଦେବଗଡ଼- ପାଞ୍ଜିଆ ଭୋଇ
ବରଗଡ଼- ସୁଶୀଳା ଭୋଇ
ଝାରସୁଗୁଡ଼ା- ମୋହନ କିଶାନ
ନୟାଗଡ଼- ଜାନକୀ ଦେହୁରୀ
ଗଞ୍ଜାମ- ବିଦ୍ୟାଧର ଜାନୀ

ସୂଚନାଯୋଗ୍ୟ,  ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.