Latest Odisha News

ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣା; ଅଯଥାରେ ଗୁଜବ କରନ୍ତୁ ନାହିଁ କହିଲେ କଟକ ଡିସିପି

କଟକ: ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା । ବଡ଼ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ । ସେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ତେଣୁ ଅଯଥାରେ କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ କହିଲେ ଡିସିପି ।

ଏହି ଘଟଣାରେ ୨ ଜଣ ଆଇଆଇସି, ଜଣେ ଏସପି ଓ ଅତିରିକ୍ତ ଡିସିପି ଘଟଣାର ତଦନ୍ତ କରୁଛନ୍ତି । ସ୍ୱାମୀଙ୍କ ସହ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି । ବିୟୁଟି ମହାନ୍ତିଙ୍କ ଯେଉଁ ମୋବାଇଲ ଜବତ ହୋଇଛି । ତାକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି କହିଲେ ଡିସିପି ।

ଶେଷ କଲ୍‌ ରେ ସେ କାହା ସହ କଥା ହୋଇଥିଲେ ଯାଞ୍ଚ କରାଯିବ । ବ୍ୟାଙ୍କ୍ ଡିଟେଲ ଯାଞ୍ଚ ସହ ଫୋନ୍ ଫରେନ୍ସିକ ଲ୍ୟାବ୍ ପଠାଯାଇଛି । ଏପର୍ଯ୍ୟନ୍ତ ପରିବାର ଲୋକ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି । ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ସୋସିଆଲ ମିଡିଆର ଚାଟ୍ ଯାଞ୍ଚ କରାଯିବ । ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି ।

ସେଠାରୁ ଆସିବାକୁ ଥିବା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.