Latest Odisha News

BREAKING NEWS

ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିତ । ତେବେ ଏହାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୃହ ଭିତରେ ସାମାଜିକ ଦୂରତା ନିୟମ ପାଳନ କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ୍କ ବିଧାୟକମାନେ NIC, OCAC, ଏବଂ ଜିଲ୍ଲାପାଳଙ୍କ ଭିସି ହଲ୍ ରେ ରହିବେ । ଦର୍ଶକ ଗ୍ୟାଲେରିରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ । ବିଧାନସଭା ଭିତରକୁ ଗଣମାଧ୍ୟମ ପ୍ରତିନିଧି ଯିବା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନିଆଯିବ ।

ବିଧାନସଭା ମୌସୁମୀ ଅଧିବେଶନରେ ଏଥର ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଥିବାରୁ ସେହିଦିନ ଅଧିବେଶନ ଛୁଟି ରହିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ଏବେ ସୁଦ୍ଧା ରାଜ୍ୟର ୨୯ ବିଧାୟକ, ୭ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.