Latest Odisha News

BREAKING NEWS

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ ୪ଟି ଗୋଲ ସ୍କୋର କରିଥିବା ବେଳେ ଟମ କ୍ରେଗ, ଜ୍ୟାକ ହାର୍ଭି, ଡାନିଏଲ ବିଲେ, ଜେରେମୀ ହେୱାର୍ଡ ଓ ଟିମ ବ୍ରାଣ୍ଡ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଟୁଲି କ୍ୱୋବେଲି ଓ କୋକ ଟେଭିନ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ ।

ଅନ୍ୟ ଏକ ମୁକାବିଲାରେ ଆର୍ଜେଂଟିନା ଓ ଫ୍ରାନ୍ସ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି । ଆର୍ଜେଂଟିନା ପୁଲ ବିର କ୍ରସ ଓଭର ମ୍ୟାଚ ଜାନୁୟାରୀ ୨୨ରେ ଖେଳିବ । ପୂର୍ବରୁ ନେଦରଲାଣ୍ଡ ଓ ଇଂଲଣ୍ଡ ସେମାନଙ୍କ ଗ୍ରୁପରୁ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ବେଲଜିୟମ ୭-୧ ଗୋଲରେ ଜାପାନକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ପ୍ରବେଶର ନିକଟତର ହୋଇଛି । ବେଲଜିୟମ ଆଜି ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା ।

Leave A Reply

Your email address will not be published.