Latest Odisha News

BREAKING NEWS

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ ମାଧ୍ୟମରେ ଏହାକୁ ଲଂଚ କରାଯାଇ ପାରିବ । ଏପରିକି ମିସାଇଲ ଛଡାଯିବାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ ଫେରସ୍ତ ଅଣା ଯାଇପାରିବ । ଏକ ମିଟର ଲମ୍ବର ଏହି ମିସାଇଲର ଓଜନ ୬.୮ କିଲୋଗ୍ରାମ । ୧୫୦୦ ଫୁଟ ଉପରେ ଉଡି ପାରୁଥିବା ଏହି ମିସାଇଲ ୨୮୮ କିଲୋମିଟର ବେଗରେ ଶତ୍ରୁକୁ ଟାର୍ଗେଟ କରିପାରିବ ।

ଲୋକେଶନ ଓ ଟାର୍ଗେଟ ଶତ ପ୍ରତିଶତ ନ ହେବା ପର୍ଯ୍ୟନ୍ତ ଏହି ମିସାଇଲ ଉତକ୍ଷେପଣ ହେବ ନାହିଁ । ୧୮ ମିନିଟ ପର୍ଯ୍ୟନ୍ତ ଏହି ମିସାଇଲ ଶୂନ୍ୟରେ ରହିପାରିବ । ଏହା ସହଜରେ ରାଡାରରେ ଧରା ପଡିବ ନାହିଁ । ଇସ୍ରାଏଲ ଓ ଆମେରିକା ଏହି ମିସାଇଲ ପାଇବା ପରେ ସେମାନଙ୍କ ଶତ୍ରୁ ଦେଶଗୁଡିକ ଚିନ୍ତାରେ ପଡିଛନ୍ତି ।

Leave A Reply

Your email address will not be published.