Latest Odisha News

BREAKING NEWS

ରବିବାର ଦିନ ଏଭଳି କରନ୍ତୁ ସୂର୍ଯ୍ୟ ପୂଜା, ପୂରଣ ହେବ ମନୋବାଞ୍ଝା!

ସୂର୍ଯ୍ୟ ଦେବତା ହେଉଛନ୍ତି ସର୍ବଶକ୍ତିମାନ । ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ।

ଏପରିକି ସୂର୍ଯ୍ୟ ପୂଜା କଲେ ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ଏଥିପାଇଁ ଉଦିତ ସୂର୍ଯ୍ୟଙ୍କୁ ଦେଖିବାକୁ ଶୁଭ କୁହାଯାଇଥାଏ । ଆହୁରି ମଧ୍ୟ ରବିବାର ଦିନ ସୂର୍ଯ୍ୟ ଭଗବାନଙ୍କ ବ୍ରତ କଲେ ମନୋବାଞ୍ଝା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଶାସ୍ତ୍ର ଅନୁଯାୟୀ ରବିବାର ଦିନ ସୂର୍ଯ୍ୟ ଉପାସନା କଲେ ମନୋବଳ ବଢିବା ସହ ମନବାଞ୍ଝା ମଧ୍ୟ ପୂରଣ ହୋଇଥାଏ । କୁହାଯାଏ ବ୍ରାହ୍ମ ମୁହୂର୍ତ୍ତରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଉପାସନା ସହ ଜଳ ଅର୍ପଣ କଲେ ଭଗବାନଙ୍କ ଆଶିର୍ବାଦ ମିଳିବା ସହିତ ସବୁ ଇଚ୍ଛା ମଧ୍ୟ ପୂରଣ ହୋଇଥାଏ । ବ୍ୟକ୍ତିର ସମୃଦ୍ଧି ମଧ୍ୟ ବୃଦ୍ଧି ଘଟିଥାଏ । ହିନ୍ଦୁମାନେ ସୂର୍ଯ୍ୟଙ୍କୁ ଆଦିତ୍ୟ ନାରାୟଣ ରୂପେ ପୂଜା କରିଥାଆନ୍ତି ।

ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠୁ ଉପକାରୀ ହୋଇଥାଏ । ଏକ ତମ୍ବା ବା ପିତଳ ନୋଟାରେ ଅଷ୍ଟଗନ୍ଧ, ନାଲି ଫୁଲ ଏବଂ କିଛି ଅକ୍ଷତ ରଖି ସେହି ଜଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ବିଶେଷ ଉପକାର ମିଳିଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ‘ଓଁ ସୂର୍ଯ୍ୟୟା ନମଃ’ ଉଚ୍ଚାରଣ କଲେ ସବୁକାମ ସିଦ୍ଧି ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.