Latest Odisha News

BREAKING NEWS

ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାର ହିତାଧିକାରୀ ପାଇବେ ଅତିରିକ୍ତ ଏକ ମାସର ପେନସନ୍

ଭୁବନେଶ୍ୱର: ଫନୀ ବାତ୍ୟା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ୫ଟି ଜିଲ୍ଲାର ହିତାଧିକାରୀମାନେ ପାଇବେ ଅଧିକ ଏକ ମାସର ପେନସନ୍ । ମଧୁବାବୁ ପେନସନ୍ ଯୋଜନା (ଏମପିୱାଇ) ଏବଂ ନ୍ୟାସନାଲ୍ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏନଏସଏପି) ଅନ୍ତର୍ଗତ ଯୋଜନାରେ ଏହି ଅତିରିକ୍ତ ପେନସନ ଯୋଗାଇଦିଆ ଯିବାକୁ ସୋମବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଏଥିଲାଗି ମୋଟ ୪୮,୯୧,୧୧,୩୭୦ ଟଙ୍କା ମଞ୍ଜୁର ହୋଇଛି ।

ଯେଉଁ ୫ଟି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ହିତାଧିକାରୀ ମାନେ ଏହି ଅତିରିକ୍ତ ପେନସନ ପାଇବେ ସେହି ଜିଲ୍ଲାଗୁଡ଼ିକ ହେଉଛି – ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ।

Leave A Reply

Your email address will not be published.