Latest Odisha News

BREAKING NEWS

ଅଖିଳେଶ-ମାୟାବତୀଙ୍କ ଏସପି-ବିଏସପି ମେଣ୍ଟ ଭାଙ୍ଗିଲା

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ କରିଥିବା ମେଣ୍ଟର ପୂର୍ଣ୍ଣଚ୍ଛେଦ ଟାଣିଥିବା ଖବର ଏନଡ଼ିଟିଭିରେ ପ୍ରକାଶିତ ହୋଇଛି । ଏବେଠାରୁ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଚ୍ଛିନ୍ନ କରି ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ବିଏସପି ଲଢିବାନେଇ ମାୟାବତୀ ଟ୍ୱିଟ୍ କରିଛନ୍ତି ।

ମାତ୍ର ତିନିସପ୍ତାହ ପୂର୍ବରୁ ବିଏସପି ନେତ୍ରୀ ଅଖିଳେଶଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ, ମାତ୍ର ଏନେଇ ବହୁଜନ ସମାଜ ପାର୍ଟି ମଧ୍ୟ ବିଶୋଦଗାର କରିଛି ।

“୨୦୧୨ରୁ ୨୦୧୭ ମଧ୍ୟରେ ସମାଜବାଦୀ ପାର୍ଟି ସରକାର ଦ୍ୱାରା ବହୁଜନ ସମାଜ ପାର୍ଟି ବିରୋଧୀ ଏବଂ ଦଳୀତ ବିରୋଧୀ ନୀତିର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ତାହା ସତ୍ୱେ ଆମ ଦଳ ଅଖିଳେଶଙ୍କ ସହିତ ମେଣ୍ଟ କରିଥିଲା । ସେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଆସିବା ସହିତ ଜନସାଧାରଣଙ୍କ ସ୍ୱାର୍ଥରେ ହାନୀ ଘଟିଥିଲା । ଜନସାଧାରଣଙ୍କ ହିତସାଧନ ଲାଗି ଆମେ ମେଣ୍ଟ କରିଥିଲୁ ।” ସେ କରିଥିବା ଟ୍ୱିଟର ଏହା କିଛି ଉଦ୍ଧୃତାଂଶ ।

ଅନ୍ୟ ଏକ ଟ୍ୱିଟରେ ସେ ଉଲ୍ଲେଖ କରି କହିଛନ୍ତି, ଲୋକସଭା ନିର୍ବାଚନ ପରେ ଆମେ ହୃଦୟଙ୍ଗମ କରୁଛୁ ଯେ, ଏସପି ସହିତ ମେଣ୍ଟ କରି ନିର୍ବାଚନ ଜିତି ହେବ ନାହିଁ, ଆମେ ଆଗାମୀ ନିର୍ବାଚନ ଏକାକୀ ନିର୍ବାଚନ ଲଢିବା ନେଇ ସେ ପ୍ରକାଶ କରିଛନ୍ତି । ଏପରିକି ନିର୍ବାଚନରେ ପରାସ୍ତ ହେବା ପରେ ମଧ୍ୟ ଅଖିଳେଶ ତାଙ୍କୁ ଭେଟି ନଥିଲେ କି ଫୋନ ମଧ୍ୟ କରିନାହାନ୍ତି । ଦଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆମେ ଏକା ଲଢିବୁ । ଦଳର ବରିଷ୍ଠ ନେତାମାନଙ୍କ ସହିତ ଏନେଇ ସମୀକ୍ଷା ବୈଠକ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.