Latest Odisha News

BREAKING NEWS

ଝାଡ଼ଖଣ୍ଡ ଯୁବକଙ୍କ ମୃତ୍ୟୁ ଘଟଣାରେ ୫ ଗିରଫ, ସହ ୨ପୋଲିସ୍ କର୍ମଚାରୀ ନିଲମ୍ବିତ

ଝାଡ଼ଖଣ୍ଡ: ସଂଘବଦ୍ଧ ହୋଇ ଏକ ମୁସଲିମ ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଝାରଖଣ୍ଡ ପୋଲିସ ଆଜି ୫ ଜଣଙ୍କୁ ଗିରଫ କରିବା ସହ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀ ହେଲେ ଚନ୍ଦ୍ରମୋହନ ଓ ବିପିନ ବିହାରୀ ।

ପରିବାର ଲୋକଙ୍କ କହିବାନୁଯାୟୀ, ଶାମସ ତାବ୍ରେଜ (୨୪) ସାଙ୍ଗମାନଙ୍କ ସହ ଘରକୁ ଫେରିବା ସମୟରେ ତାଙ୍କୁ ଆକ୍ରମଣକାରୀ ବାଇକ୍ ଚୋର ଭାବି ପିଟିଥିଲେ । ତାଙ୍କ ଘରଠାରୁ ମାତ୍ର ୫ କିମି ଦୂରରେ ଶାମସଙ୍କୁ ଆକ୍ରମଣକାରୀ ନିସ୍ତୁକମାଡ଼ ମାରିଥିଲେ । ପୋଲିସ ଓ ଡାକ୍ତରଙ୍କ ଅବହେଳାରୁ ଶାମସ ମୃତ୍ୟୁବରଣ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଶାମସ ତାବ୍ରେଜ ଙ୍କ ଭାବି ପତ୍ନୀ ଶହିସ୍ତା ପରବିନଙ୍କ କହିବା ମୁତାବକ ତାବ୍ରେଜ୍ ଜୁନ ୧୭ ତାରିଖ ରାତିରେ ଦୁଇ ସାଥୀଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ କିଛି ବ୍ୟକ୍ତି ତାଙ୍କୁ ଚୋର ସନ୍ଦେହରେ ମାଡ ମାରିଥିଲେ । ଚୋରି ସହ ତାବ୍ରେଜ ରଙ୍କ କୌଣସି ସମ୍ପର୍କ ନଥିଲା। ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇପଡିଥିଲେ ସେ । ପୁଲିସ ତାବ୍ରେଜଙ୍କୁ ଉଦ୍ଧାର କରି ତାଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ଜେଲକୁ ପଠାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଶାମସ ତାବ୍ରେଜ ଙ୍କ ଭାବି ପତ୍ନୀ ଶହିସ୍ତା ପରବିନଙ୍କ ଙ୍କ ଅଭିଯୋଗକୁ ଆଧାର କରି ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚାଲିଛି | ଏହି ଘଟଣାରେ ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ଏସପି କହିଛନ୍ତି |

Leave A Reply

Your email address will not be published.