Latest Odisha News

BREAKING NEWS

ନିୟମିତ ବିଟ୍‌ରୁଟ୍‌ ସେବନ କଲେ କଣ ମିଳେ ଫାଇଦା ଜାଣନ୍ତୁ

ବିଟ୍‌ରୁଟ୍‌ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ ପ୍ରତିଦିନ ବିଟ୍ ରସ ପିଅନ୍ତି ତେବେ ଏହା ଆପଣଙ୍କ ରକ୍ତଚାପକୁ ହ୍ରାସ କରିଥାଏ।

ବର୍ତ୍ତମାନ ବିଶ୍ୱରେ ମଧୁମେହ ଏକ ସାଧାରଣ ସମସ୍ୟା। ଶରୀରରେ ଇନ୍‌ସୁଲିନ୍‌ ଅଭାବ ହେତୁ ମଧୁମେହ ହୁଏ ଏବଂ ଯଦି ଏହାକୁ ଠିକ୍‌ ସମୟରେ ରୋକାଯାଇ ନ ଥାଏ, ତେବେ ଏହା ବିପଦଜନକ ମଧ୍ୟ ହୋଇପାରେ। ତେଣୁ ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତିଦିନ ବିଟ୍‌ରୁଟ୍‌ ଖାଇବା ଆବଶ୍ୟକ।

ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣ ନିୟମିତ ଭାବରେ ବିଟ୍‌ରୁଟ୍ ସେବନ କରିପାରିବେ। ବିଟ୍‌ରୁଟ୍‌ରେ ନାଇଟ୍ରେଟ୍‌ ରହିଥାଏ, ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଆପଣଙ୍କୁ ହୃଦ୍‌ଘାତ ଭଳି ସମସ୍ୟାରୁ ରକ୍ଷା କରିଥାଏ।

ନିୟମିତ ବିଟ୍‌ରୁଟ୍‌ ଖାଇବା ଫଳରେ କର୍କଟ ଭଳି ଦୁଃସାଧ୍ୟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ଏକ ରିପୋର୍ଟ ଅନୁଯାୟୀ ବିଟ୍‌ରୁଟ୍‌ରେ କେମୋ ପ୍ରତିଷେଧକ କ୍ଷମତା ରହିଛି ଯାହା ଶରୀରରେ ଅସ୍ଥିର କୋଷ ଖୋଜିବା ଏବଂ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ରକ୍ତହୀନତାର ଶିକାର ହୁଅନ୍ତି, ତେବେ ନିୟମିତ ବିଟ୍‌ରୁଟ୍ ସେବନ କରିବା ଉଚିତ। ଏହାଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ।

Leave A Reply

Your email address will not be published.