Latest Odisha News

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ ।

ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା ଅନେକ ପନି-ପରିବାରେ ସାହାଯ୍ୟରେ ଆପଣ ଘରେ ସୁପ୍ ପ୍ରସ୍ତୁତ କରିପାରିବେ ଏହି ସୁପ୍ ।

ଯଦି ଆପଣ ଭେଜ ସୁପ୍ ପିଇବାକୁ ଚାହୁଁଛନ୍ତି ତେବେ ଗାଜର ସୁପ୍ ବହୁତ ଭଲ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗାଜର, ରସୁଣ ଏବଂ ଅଦା ସହ କିଛି ମସଲା ମିଶାଇ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସ୍ବାଦିଷ୍ଟ କରିବା ପାଇଁ ଆପଣ ଏଥିରେ ଗୋଲମରିଚ ମଧ୍ୟ ମିଶାଇ ପାରିବେ।

ସୁପ୍ ପ୍ରସ୍ତୁତ କରିବା ପୂର୍ବରୁ ଜାଣି ରଖନ୍ତୁ କେଉଁ ମସଲା ବ୍ୟବହାର କରିବା ଦ୍ବାରା ଏହା ଅଧିକ ସ୍ବାଦିଷ୍ଟ ହୋଇଥାଏ…

-ଟମାଟୋ ସୁପ୍ ରେ ଅଦା ଏବଂ ରସୁଣ ଦୁଇଟି ଫ୍ଲେବର ଭଲ ଲାଗିଥାଏ। ଏହା ପ୍ରସ୍ତୁତ ହେବା ପରେ ସେଥିରେ କିଛଇ କଟା ଧନିଆ ପତ୍ର ମିଶାଇ ସେବନ କରନ୍ତୁ।

-ମଟର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଳ୍ପ ମାତ୍ରାରେ ପୋଦିନା ପତ୍ର ପକାନ୍ତୁ।

-ଡ଼ାଲିରେ ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଆପଣ ଭୁର୍ଷଙ୍ଗ ପତ୍ର ଏବଂ ସୋରିଷରେ ଛୁଙ୍କ ଲଗାନ୍ତୁ। ଏପରି କରିବା ଦ୍ବାରା ସୁପ୍ ସ୍ବାଦିଷ୍ଟ ଲାଗିଥାଏ।

-ବ୍ରୋକଲି ସୁପ୍ ରେ ଅଦା ମିଶାଇ ସୁପ୍ ପ୍ରସ୍ତୁତ କରନ୍ତୁ।

-ଗାଜର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଦା, ରସୁଣ, ଗୋଲମରିଚ ଏବଂ ଲେମ୍ବୁ ରସ ମିଶାନ୍ତୁ।

Comments are closed.