Latest Odisha News

BREAKING NEWS

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨ ମସିହା ଡ଼ିସେମ୍ବର ୧୬ ତାରିଖରେ ଘଟିଥିଲା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ପବନ କୁମାର ଗୁପ୍ତା ଅନ୍ୟତମ ଅଭିଯୁକ୍ତ ଥିଲେ । ତାଙ୍କ ସପକ୍ଷରେ ଲଢୁଥିବା ଓକିଲ ସେ ନାବାଳକ ଥିବା ଯୁକ୍ତି ଦର୍ଶାଇ ଏକ ଯାଚିକା ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିଲେ । ଅଦାଲତରେ ତାଙ୍କ ମହକିଲଙ୍କ ଲାଗି ବିଭିନ୍ନ ଦସ୍ତାବିଜ ସଂଗ୍ରହ କରିବା ନେଇ ସେ ଅନେକ ସମୟ ନେଇଥିଲେ । ଦୀର୍ଘ ୭ ବର୍ଷ ପୂର୍ବରୁ ଏହି ଯାଚିକା ଦାଖଲ ହୋଇଥିଲେ ମଧ୍ୟ ଆଜି ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଅଭିଯୁକ୍ତ ପବନଙ୍କ ଓକିଲ ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବା ଦର୍ଶାଇ ତାଙ୍କୁ ୨୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଦିଲ୍ଲୀ ହାଇକୋର୍ଟରେ ଆଜି ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତ ପବନଙ୍କ ଯାଚିକା ଖାରଜ ହୋଇଯିବା ଫଳରେ ତାଙ୍କୁ ଖୁବଶିଘ୍ର ଫାଶିଦଣ୍ଡରେ ଦଣ୍ଡିତ କରାଯିବାର ରାସ୍ତା ଫିଟିଯାଇଛି । ଦିଲ୍ଲୀର ତିହାର ଜେଲରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କ ସହିତ ପବନ କୁମାର ଗୁପ୍ତାଙ୍କୁ ମଧ୍ୟ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀଠାରେ ୨୦୧୨ ମସିହା ଡ଼ିସେମ୍ବର ୧୬ ତାରିଖରେ ନିର୍ଭୟା ନାମକ ଜଣେ ପାରାମେଡ଼ିକାଲ୍ ଛାତ୍ରୀଙ୍କୁ ପାଶବିକ ଭାବେ ଗଣଦୁଷ୍କର୍ମ କରାଯାଇଥିଲା । ଗଣଦୁଷ୍କର୍ମ କରିବା ପରେ ପାଷଣ୍ଡ ଗଣଦୁଷ୍କର୍ମକାରୀମାନେ ତାଙ୍କର ସମ୍ବେଦନଶୀଳ ଯୌନାଙ୍ଗରେ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ । ପରେ ତାଙ୍କୁ ମୂର୍ମୁଷୁ ଅବସ୍ଥାରେ ଚଳନ୍ତା ବସରୁ ବାହାରକୁ ଫିଙ୍ଗିଦେଇଥିଲେ ଏହି ପଶୁତୁଲ୍ୟ ନରରାକ୍ଷସମାନେ ।

ଏହି ଅଭିଯୁକ୍ତମାନେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ । ଖୁବ୍ ଶିଘ୍ର ଏହି ଦୋଷୀମାନଙ୍କୁ ତିହାର ଜେଲ ମଧ୍ୟରେ ଥିବା ଫାଶୀଖୁଣ୍ଟରେ ଝୁଲାଇବାକୁ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.