Latest Odisha News

BREAKING NEWS

ଓଡ଼ିଶାର ସମସ୍ତ ଚାଷୀଙ୍କ ଡାଟାବେସ୍ ଆସନ୍ତା ଏପ୍ରିଲ୍ ସୁଦ୍ଧା ପ୍ରସ୍ତୁତ ହେବ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ବିଭାଗ ୫ଟି ଅଧିନକୁ ଆସିବାର ଏକ ସପ୍ତାହ ପରେ କୃଷି ସମ୍ପର୍କୀତ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି । ଆସନ୍ତା ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

‘ମୋ ସରକାର’ କାର୍ଯ୍ୟକ୍ରମର ଏକ ବୈଠକରେ ଅଧ୍ୟକ୍ଷତା କରିବା ପରେ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଓଡ଼ିଶାର ସମସ୍ତ ଚାଷୀମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ୨୦ଟି ଟାର୍ଗଟ୍ ଧାର୍ଯ୍ୟ କରିଛନ୍ତି ।

ଏସମ୍ପର୍କରେ କୃଷିମନ୍ତ୍ରୀ ସୂଚନାଦେଇ କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ଭାଗଚାଷୀ ଏବଂ ଭୂମିହୀନ ଚାଷୀମାନଙ୍କର ମଧ୍ୟ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ । ଏହାବ୍ୟତୀତ, କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଏବଂ ଖାଦ୍ୟ ନିରାପତ୍ତା ଲାଗି ଏକ ସ୍ୱତନ୍ତ୍ର ଡାଟାବେସ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ୭୮, ୦୦୦ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏପରିକି ଆସନ୍ତା ଜାନୁଆରୀ ୧ ତାରିଖ ମଧ୍ୟରେ ମୋବାଇଲ୍ ଆପ୍ସରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ସମସ୍ତ ଯୋଜନା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.