Latest Odisha News

BREAKING NEWS

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ ଆଜି ଦିଲ୍ଲୀ ଯିବେନି !

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟଙ୍କୁ ଆଜି ଦିଲ୍ଲୀ ଆସିବାକୁ କୁହାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ ଓ କରୋନା ସମ୍ପର୍କରେ ଆଲୋଚନା ହେବାକୁ ଥିବାରୁ ଯାଇପାରିବେନି ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ବାତ୍ୟା ସମୀକ୍ଷା ବୈଠକରେ ୩୦ ମିନିଟରେ ବିଳମ୍ବରେ ପଂହଚିଥିଲେ । ଏହା ପରେ ୧୫ ହଜାର କୋଟି ଟଙ୍କା ସହାୟତା ରାଶି ଦାବୀ କରି ଅନ୍ୟ ସ୍ଥାନରେ ବୈଠକ ଅଛି ବୋଲି କହି ପଳାଇ ଯାଇଥିଲେ । ଏହା ପରେ ଗୃହ ମନ୍ତ୍ରଣାଳୟ ଅଲପାନଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.