Latest Odisha News

BREAKING NEWS

ଏସିଆନ୍ ବକ୍ସିଂ ଚାମ୍ପିୟନଶିପ: ପୂଜା ରାନୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟରେ ମେରୀ କମ୍ ସନ୍ତୁଷ୍ଟ

ଦୁବାଇ: ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତର ପୂଜା ରାନୀ ୭୫ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅପରପକ୍ଷରେ ୬ ଥର ବିଶ୍ୱ ଚାମ୍ପିୟନ ମେରୀ କମ୍ ସମେତ ୩ଜଣ ବକ୍ସର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ଭାରତୀୟ ମହିଳା ଟିମ୍ ଏହି ଟୁର୍ଣ୍ଣାମେଂଟରେ ୧୦ ପଦକ( ୧ସ୍ୱର୍ଣ୍ଣ, ୩ ରୌପ୍ୟ, ୬ ବ୍ରୋଞ୍ଜ) ଜିତିଛନ୍ତି । ପୂଜା ଫାଇନାଲରେ ଉଜବେକିସ୍ତାନର ମାବଲୁଦା ମାଲୋଦାନୋଭାଙ୍କୁ ୫-୦ରେ ପରାସ୍ତ କରିଥିଲେ । ମେରୀ କମ୍ ଫାଇନାଲରେ ବିଶ୍ୱ ଚାମ୍ପିୟନ ନାଜିମ କାଜୈବଙ୍କଠାରୁ ୨-୩ରେ ହାରି ଯାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଲାଲବାତୁ ସାହି (୬୪କିଗ୍ରା) ଓ ଅନୁପମା (୮୧ କିଗ୍ରା) ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ଏହି ପ୍ରତିଯୋଗିତାରେ ୧୭ ଦେଶର ୧୫୦ ବକ୍ସର ଅଂଶଗ୍ରହଣ କରିଥିଲେ । ସମ୍ରନଜିତ କୌର, ବିକାଶ କୃଷ୍ଣ, ଲବଲିନ ବୋରଗୋହନ, ଜସ୍ମିନ, ସାକ୍ଷୀ ଚୌଧୁରୀ, ମୋନିକା, ସ୍ୱିଟି ଓ ବୀରେନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Leave A Reply

Your email address will not be published.