Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର କରୋନା ପଜିଟିଭ୍, ୫୦ ଦିନରେ ସବୁଠୁ କମ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ପ୍ରଦିନି କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୨ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି । କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୮୦ଲକ୍, ୪୭ହଜାରକୁ ବୃଦ୍ଧି ପାଇଛି ।

ସେହିପରି କମୁଛି ଦୈନିକ ମୃତ୍ୟୁସଂଖ୍ୟା । ତଥାପି ୩ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୩ହଜାର ୧୨୮ ଜୀବନ । ଦେଶରେ କରୋନାରେ ମୋଟ୍ ୩ଲକ୍ଷ ୨୯ହଜାର ୧୦୦ ଆକ୍ରାନ୍ତ ମୃତ୍ୟୁବରଣ କଲେଣି ।

ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ସପ୍ତାହେ ଭିତରେ ୩୦ ଲକ୍ଷରୁ ୨୦ ଲକ୍ଷକୁ ଖସିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୮ ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୨କୋଟି ୫୬ଲକ୍ଷ ୯୨ ହଜାର ସଂକ୍ରମିତ । ଏବେ ୨୦ଲକ୍ଷ ୨୬ହଜାର ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.