Latest Odisha News

BREAKING NEWS

ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ବଡ଼ ଝଟକା, ୨୦୧୬ ମସିହାରେ ଶିକ୍ଷକ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରିକୁ ରଦ୍ଧ କରିଛି କୋର୍ଟ

କୋଲକାତା:କଲିକତା ହାଇକୋର୍ଟ ଆଣିଲା ବଡ ନିଷ୍ପତ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି । ୨୩ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ହାଇକୋର୍ଟର ଏହି ନିଷ୍ପତ୍ତି ପରେ  ପଶ୍ଚିମବଙ୍ଗର ସରକାରଙ୍କୁ ଲାଗିଛି ବଡ ଝଟକା। ଯେଉଁମାନେ ୨୦୧୬ ମସିହାରେ ଶିକ୍ଷକ ଚାକିରି  ପାଇଥିଲେ ସେମାନଙ୍କ ଚାକିରି କୁ ରଦ୍ଧ କରିଛି କୋର୍ଟ । କେବଳ ଏତିକି ନୁହେଁ, ହାଇକୋର୍ଟ ଏହି ଶିକ୍ଷକଙ୍କୁ ୪ ସପ୍ତାହ ମଧ୍ୟରେ ତାଙ୍କର ଦରମା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଲିକତା ହାଇକୋର୍ଟର ବିଚାରପତି ଦେବାଂଶୁ ବାସାକଙ୍କ ଦ୍ବାରା ଖଣ୍ଡପୀଠ ଶିକ୍ଷକ ନିଯୁକ୍ତି ଘୋଟାଲା ଉପରେ ଏହି ନିଷ୍ପତ୍ତି ନେଇଛନ୍ତି ।

କଲିକତା ହାଇକୋର୍ଟ କହିଛନ୍ତି ସିବିଆଇ ଏହି ସ୍କାମ ଉପରେ ଯାଞ୍ଚ କରିବ। ୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା ।  ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅନ୍ୟ ଟିଏମସି ନେତା, ବିଧାୟକ ତଥା ଶିକ୍ଷା ବିଭାଗର ବହୁ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଅନ୍ୟପଟେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି। କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗାଙ୍ଗୁଲି  ମଧ୍ୟ ଏହି ମାମଲାର ଶୁଣାଣି କରି ସିବିଆଇକୁ ହସ୍ତାନ୍ତର କରିଥିଲେ । ଯାହା ଫଳରେ ପାର୍ଥ ଚାଟାର୍ଜୀ ଙ୍କୁ ଗିରଫ କରାଯାଇଥିଲା । ଅଦ୍ୟାବଧି ଏପର୍ଯ୍ୟନ୍ତ ୫୦୦୦ ଲୋକେ ଏହି ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଚାକିରୀ ହରାଇଛନ୍ତି ।

 

Leave A Reply

Your email address will not be published.