Latest Odisha News

୩ଟି ସ୍ଥାନରେ ମିଳିଲା ମହାବଳ ବାଘର ସନ୍ଧାନ

ଭୁବନେଶ୍ୱର : ରାଜ୍ୟ ସରକାର ମହାବଳ ବାଘର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ ଆଜି ରାଜ୍ୟର ୩ଟି ସ୍ଥାନରେ ମହାବଳ ବାଘର ସନ୍ଧାନ ମିଳିଛି ।

ସୂଚନା ଅନୁଯାୟୀ ବନବିଭାଗ ସୁନ୍ଦରଗଡର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଓ ରାୟଗଡା ଜିଲ୍ଲାର ମୁନିଗଡା ଠାରେ ମହାବଳ ବାଘର ସନ୍ଧନ ପାଇଛି ।

ଅନ୍ୟପକ୍ଷରେ ଏହିସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ମହାବଳ ବାଘର ଫଟୋ ମିଳିଥିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

ତେବେ ଉକ୍ତ ସ୍ଥାନ ଗୁଡିକରେ ମହାବଳ ବାଘଙ୍କ ସୁରକ୍ଷା ପାଇଁ ବନବିଭାଗକୁ ସୂଚନା ଦିଆଯିବା ସହ ସେଠାରେ ପେଟ୍ରୋଲିଂ ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.