Latest Odisha News

BREAKING NEWS

ବାଲେଶ୍ୱରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଖଣ୍ଡାରେ ହାଣିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ବାଲିଆପାଳରେ ଦୁବୃର୍ତ୍ତମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ରାଧାକୃଷ୍ଣ ସାହୁ ନାମକ ଜଣେ ବରିଷ୍ଠ ସାମ୍ବାଦିକ ବ୍ଲକ ଛକ ନିକଟରେ ହକରଙ୍କୁ ପେପର ଦେବା ପାଇଁ ଆସିଥିଲେ । ଏହି ସମୟରେ ହଠାତ୍ ଦୁବୃର୍ତ୍ତ ମାନେ ତାଙ୍କ ଉପରକୁ ପଛପଟୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ତିନୋଟି ଆଙ୍ଗୁଠି କଟିଯିବା ସହ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିଛି ।

ତେବେ କେଉଁ କାରଣରୁ ଆକ୍ରମଣ ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ଆହତ ବରିଷ୍ଠ ସାମ୍ବାଦିକଙ୍କ ସହ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ଛାନଭିନ ଚଳାଇଛି ।

Leave A Reply

Your email address will not be published.