Latest Odisha News

BREAKING NEWS

ଅଭିନେତ୍ରୀରୁ ରାଜନୀତି: ନୂଆ ସାଂସଦ ହେଲେ ବଙ୍ଗଳା ସୁନ୍ଦରୀ ମିମି ଚକ୍ରବର୍ତ୍ତୀ

କୋଲକତା : କଳାକାର ଜୀବନରୁ ରାଜନୈତିକ ମଇଦାନରେ ପାଦ ଥାପିଥିବା ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କ ସମ୍ପର୍କରେ ଅଳ୍ପବହୁତେ ସମସ୍ତଙ୍କୁ ଜଣାଥିବ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ।

ନିକଟରେ ସମାପ୍ତ ହୋଇଥିବା ୨୦୧୯ ନିର୍ବାଚନ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି)ରୁ ଟିକେଟ ପାଇ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଆସନରୁ ଲଢି ନିର୍ବାଚିତ ହୋଇଛନ୍ତି । ଏହି ଚୁଲବୁଲି ବଙ୍ଗୀୟ ଅଭିନେତ୍ରୀ ମିମିଙ୍କ ଗ୍ଲାମରସ୍ ଲୁକକୁ ଦେଖି କେହିକହେି ତାଙ୍କୁ ସୁନ୍ଦରୀ ସାଂସଦ ଭାବେ ମଧ୍ୟ ଅଭିହିତ କରିଛନ୍ତି ।

ଯାହାକୁ ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଚର୍କବର୍ତ୍ତୀ ଖୁବ୍ କମ୍ ବୟସରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଛନ୍ତି ।

 

ଚଳିତ ବର୍ଷ ନୂଆ କରି ରାଜନୀତି ଜଗତରେ ପାଦ ଥାପିଥିବା ଅଭିନେତ୍ରୀ ମିମିଙ୍କର ଏବର୍ଷ ୨ଟି ଫିଲ୍ମ ବି ରିଲିଜ୍ ହୋଇଛି । ଯାହାକୁ ଦର୍ଶକଙ୍କର ଭଲ ରେସପୋନ୍ସ ମଧ୍ୟ ମିଳିପାରିଛି ।

ଏହି ୩୦ ବର୍ଷୀୟା ଅଭିନେତ୍ରୀ ଜଣକ ୨୦୦୮ ମସିହାରୁ ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିବା ବେଳେ ସେ ‘ଫେମିନା ମିସ୍ ଇଣ୍ଡିଆ’ରେ ମଧ୍ୟ ପ୍ରତିଯୋଗିତା କରିଥିଲେ । ମିମି ପଶ୍ଚିମବଙ୍ଗର ଟେଲି ଦୁନିଆ ତଥା ସିନେ ଜଗତର ଏକ ଲୋକପ୍ରିୟ ନାୟିକା ଭାବେ ବେଶ ଜଣାଶୁଣା ।

Leave A Reply

Your email address will not be published.