Latest Odisha News

BREAKING NEWS

ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାଶଙ୍କ ପୋଷାକ ପ୍ରଦର୍ଶିତ

ଭୁବନେଶ୍ୱର : ଓଡିଶାର ଏଭରେଷ୍ଟ୍ ପର୍ବତାରୋହଣକାରୀ କଳ୍ପନା ଦାଶଙ୍କ ମୃତ୍ୟୁର ୬ ଦିନ ପରେ ମଙ୍ଗଳବାର ଦିନ ଓଡିଶା ସରକାର ତାଙ୍କର ପୋଷାକ ଗୁଡିକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରିଛନ୍ତି ।

ଏହି ସ୍ୱନାମଧନ୍ୟ ଓଡିଆ ପର୍ବତାରୋହୀ ୨୦୦୪ ମସିହାରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ସମୟର ପୋଷାକକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ସେଗୁଡିକ ୨୦୧୭ରୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି ।

ସେ ୨୦୦୪ ଓ ୨୦୦୬ ମସିହାରେ ମାଉଣ୍ଟ ଏଭରେଷ୍ଟ୍ ଚଢିବା ଲାଗି ପ୍ରୟାସ କରିଥିଲେ । ପରବର୍ତ୍ତୀ ସମୟରେ ଖରାପ ପାଣିପାଗ ତଥା ଅସୁସ୍ଥତା କାରଣରୁ କଳ୍ପନା ଏହି ଅଭିଯାନ ସମ୍ପୂର୍ଣ୍ଣ କରିପାରିନଥିଲେ ।

ନିଜର ଜୀବନକାଳ ମଧ୍ୟରେ କଳ୍ପନା ଭାରତ ବ୍ୟତିତ ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆର ପ୍ରମୁଖ ପର୍ବତରେ ପର୍ବତାରୋହଣ କରି ବିଜୟ ଲାଭ କରିଛନ୍ତି ।

ଓଡିଶାର ପ୍ରଥମ ମହିଳା ପର୍ବତାରୋହଣକାରୀ କଳ୍ପନା ଚଳିତ ବର୍ଷ ପୁଣିଥରେ ଏଭରେଷ୍ଟ ଶୃଙ୍ଗରେ ଚଢିବା ଲାଗି ପ୍ରୟାସ କରିଥିବାବେଳେ ସେ ସଫଳ ମଧ୍ୟ ହୋଇଥିଲେ । ତେବେ ସେଠାରୁ ତଳକୁ ଓହ୍ଲାଉଥିବାବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ଅନୁଭବ ହେଲା । ପରେ ତାଙ୍କ ସହଯୋଗୀମାନେ ତାଙ୍କୁ ପାହାଡରୁ ଓହ୍ଲାଇବାରେ ସାହାର୍ଯ୍ୟ କରିଥିଲେ ମଧ୍ୟ ବାଲକନି ଅଞ୍ଚଳରେ ପହଞ୍ଚିବା ବେଳକୁ ଦୁର୍ଭାଗ୍ୟବଶତଃ ତାଙ୍କର ପ୍ରାଣହାନି ଘଟିଥିଲା ।

Leave A Reply

Your email address will not be published.